ସାବଧାନ.. ଲକଡାଉନ କୋହଳ ହେଲା ମାତ୍ର କୋରୋନା ଯାଇନି।..ନିଶ୍ଚୟ ପଢନ୍ତୁ

616 29

ଭୁବନେଶ୍ବର : ଲକ୍ଡ଼ାଉନ ୫.୦ କୁହାଯାଉ ବା ଅନଲକ୍ ୧.୦। କରୋନା ସଂକ୍ରମଣ ବୃଦ୍ଧିର ସନ୍ଧିକ୍ଷଣରେ ମୋଦୀ ସରକାର ଏବେ ଦେଶକୁ ପୁଣି ଥରେ ସ୍ବାଭାବିକତା ଆଡ଼କୁ ଫେରାଇ ଆଣିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମେ ୩୧ ତାରିଖରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଶେଷ ହୋଇଛି ଏବଂ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ନୂଆ ମାର୍ଗଦର୍ଶିକା ।  ଆସନ୍ତାକାଲିଠାରୁ କେବଳ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଲକ୍ଡ଼ାଉନ ସୀମିତ ରହିବ । ଜୁନ୍ ୧ ତାରିଖରୁ ୩୦ ଜୁନ୍ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।ମାତ୍ର କୋରୋନା ବର୍ତମାନ ଚରମ ସ୍ଥିତି ରେ ।ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମୃତ୍ୟୁ ହୋଇଛି।ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩କୁ ବୃଦ୍ଧି ପାଇଛି।ମେ ୧୮ ତାରିଖରୁ ୩୧ ତାରିଖ ଏହି ୧୪ ଦିନ ମଧ୍ୟରେ ଦେଶରେ ୮୧ ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ରୋଗୀ ସଂଖ୍ୟା ପାଖାପାଖି ଦୁଇଗୁଣ ହୋଇ ଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୧୯ ମେରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧ ହଜାର ୧୩୯ ଥିବାବେଳେ ୩୧ ମେ ସକାଳ ସୁଦ୍ଧା ରୋଗୀ ସଂଖ୍ୟା ୧ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଛି । ଅର୍ଥାତ୍ ଦିନକୁ ହାରାହାରି ୫୭୮୫ ସଂକ୍ରମଣ ରିପୋର୍ଟ ଆସିଛି ।ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କଠାରେ ମଧ୍ୟ  ସଂକ୍ରମଣ ଦେଖିବାକୁ ମିଳିଛି।ଆଗକୁ ସଂକ୍ରମିତ ବଢିବେ,ଡାକ୍ଟର ,ମେଡିକାଲ ସେବା କମିବ।

କୋରୋନା ର ଏହି ଚରମ ମୁହୂର୍ତ ରେ ଲକ ଡାଉନ କାହିଁକି ଉଠାଇଲେ ସରକାର 

ଲୋକମାନେ ଘରେ ବନ୍ଦ ହୋଇ ରହିଛନ୍ତି। କରୋନା ଭୂତାଣୁ ବିଷୟରେ ଦିନରାତି ଆଲୋଚନା କରୁଛନ୍ତି। ଏହା ପରୋକ୍ଷ ଭାବେ ସେମାନଙ୍କ ମନରେ ଅବସାଦ ବୃଦ୍ଧି କରୁଛି। ମାନସିକ ରୋଗ ବଢୁଛି। ଘରେ ଘରେ ମହିଳାମାନେ ଘରୋଇ ହିଂସାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଭାରତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି।ଅନେକ ଲୋକ ମାନସିକ ରୋଗ ବିଶେଷଜ୍ଞ ଏବଂ କାଉନସେଲରମାନଙ୍କୁ ଏହାର ସମାଧାନ ବିଷୟରେ ପଚାରୁଛନ୍ତି। କେତେଦିନ ଏମିତି ଘରେ ରହିବାକୁ ପଡ଼ିବ ? କ’ଣ କରିବାକୁ ହେବ ତାହା ପଚାରୁଛନ୍ତି।ଅନ୍ୟ ପକ୍ଷରେ ଭାରତ ରେ ପ୍ରତିଦିନ ଦିନ ମଜୁରିଆ ମାନେ ଖଟି ନିଜ ପରିବାର ପୋଷଣ କରିଥାନ୍ତି।ଆମ ଭାରତ ରେ କେତେ ଯେ ଦିନ ମଜୁରିଆ ଅଛନ୍ତି ତାହା ଏବେ ବିଶ୍ଵ ଦରବାର ରେ ଚର୍ଚା ର ବିଷୟ ।ବୋଧ ହୁଏ ସରକାର ଙ୍କ ପାଖରେ ମଧ୍ୟ ମଧ୍ୟ ଏତେ ତଥ୍ୟ ନ ଥିଲା ଯେମିତି ଏହି କୋରୋନା ସମୟ ରେ ଏହି ତଥ୍ୟ ମିଳିଲା।ଯଦି ଏମିତି ଲକ ଡାଉନ ଜାରି ରୁହେ ତେବେ ଏହି ଶ୍ରମିକ ଶ୍ରେଣୀ ଲୋକଙ୍କ ଅବସ୍ଥା କଣ ହେବେ ତାହା ସହଜରେ ଅନୁମାନ କରାଯାଇପାରିବ ।

କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଦେଶର ବିଭିନ୍ନ ବ୍ୟବସାୟିକ ସେକ୍ଟରରେ ଏହାର ସାଂଘାତିକ  ପ୍ରଭାବ ପଡ଼ିଛି। ଏଥିପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରି ଉପରେ ବି ସଂକଟର ବାଦଲ ଦେଖା ଦେଇଛି। ଗତ କିଛିଦିନ ହେବ ଲଗାତର ଛଟେଇର ଖବର ବି ଶୁଣିବାକୁ ମିଳୁଛି।  ଏଥି ପାଇଁ ସରକାର ଦେଶ ର କୋଣ ଅନୁକୋଣରୁ  ଯେଉଁ ଶ୍ରମିକମାନେ ଆଗାମୀ ଦିନମାନଙ୍କରେ ପୁଣି ଥରେ ରାଜ୍ୟ ବାହାରକୁ ଶ୍ରମ ପାଇଁ ଯିବାକୁ ଚାହାନ୍ତି ସେମାନଙ୍କର ପାଇଁ ମଧ୍ୟ କୁହାଯାଇଛି । ସୁପାରିଶରେ ବଡ଼ ସଂଖ୍ୟାରେ ନିର୍ମାଣ କ୍ଷେତ୍ରରେ ଜଡ଼ିତ ଥିବା ଶ୍ରମିକମାନେ ଗାଁକୁ ଫେରିଆସିବାର କୁହାଯାଇଛି ।ତେଣୁ ଭାରତ ରେ ଅନାହାର ମୃତ୍ୟୁ ସଂଖ୍ୟା କୋରୋନା ଠାରୁ ମଧ୍ୟ ଭୟଙ୍କର ହୋଇଯିବ । ଅନ୍ୟ ପକ୍ଷରେ ଭାରତ ର ମଧ୍ୟ ଆର୍ଥିକ ସ୍ଥିତି ଖରାପ ହୋଇଯିବ ।ଏମିତିକି ମଧ୍ୟବର୍ତୀ ଶ୍ରେଣୀ ର ଲୋକ ମାନେ ମଧ୍ୟ ପ୍ରଭାବିତ ହୋଇଯିବେ। ତେଣୁ ଦେଶ ର ଆର୍ଥିକ ସ୍ଥିତି ଏବଂ ଲୋକ ମାନଙ୍କ ରୋଜଗାର ଚାଲୁ ରଖିବା ପାଇଁ ସରକାର ଲକ ଡାଉନ ଉଠାଇଛନ୍ତି।ଏହାର  ନୁହେ ଯେ କୋରୋନା ର ପ୍ରଭାବ କମିଯାଇଛି।

ଏହି କଠିନ ପରିସ୍ଥିତିରେ ଆପଣ କଣ କରିବେ  

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ ଡାଉନ ପରେ ଜୁନ ୧ ରୁ ୩୦ ଯାଏ ଏକ  ନିର୍ଦ୍ଦେଶନାମା ଜାରି ହୋଇଛି। ଲକଡାଉନ କୋହଳ ସହ କରୋନା ମାର୍ଗଦର୍ଶିକା କେନ୍ଦ୍ର ସରକାର ଜାରି କରିଛନ୍ତି।ଆମେ ମାନେ କୋରୋନା ସାଙ୍ଗରେ ରହି ନିଜର ନିତ୍ୟ ଅନିବାର୍ଯ୍ୟ କାର୍ଯ୍ୟ କରିବାକୁ ପଡିବ। ସେଥିପାଇଁ ଏହି ନିୟମ ଗୁଡିକୁ ନିଜ ଜୀବନର ଏକ ଅଂଶ ବିଶେଷ ଭାବି ନେବାକୁ ପଡିବ ।

  • ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳରେ ମାସ୍କ ପିନ୍ଧିବା ଜରୁରୀ।
  • ଗାଡ଼ିରେ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ସର୍ବସାଧାରଣ ସ୍ଥଳରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ ଜରୁରୀ।
  • ଦୋକାନରେ ସାମାଜିକ ଦୂରତ୍ୱ ପାଇଁ ଦୋକାନୀ ବ୍ୟବସ୍ଥା କରିବେ।
  • ଏକ ସମୟରେ ୫ ଜଣରୁ ଅଧିକ ଦୋକାନକୁ ଯାଇପାରିବେନି।
  • ଏକାଠି ଅଧିକ ଲୋକ ସମବେତ ହେବାକୁ କଡ଼ା ବାରଣ କରାଯାଇଛି।
  • ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ସମବେତ ହେବା ମନା।
  • ଅନ୍ତିମ ସଂସ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଏକାଠି ହୋଇପାରିବେନି।
  • ସର୍ବସାଧାରଣ ଜାଗାରେ ଛେପ ପକାଇଲେ ଜରିମାନା ଲାଗିବ।
  • ସର୍ବସାଧାରଣ ଜାଗାରେ ମଦ, ପାନ, ଗୁଟଖା ସେବନକୁ ବାରଣ କରାଯାଇଛି।
  • ଯେତେଦୂର ସମ୍ଭବ ଘରେ ରହି କାମ କରିବାକୁ ଚେଷ୍ଟା କରନ୍ତୁ।

 

 

Related Post

ରେଙ୍ଗାଲି ବ୍ଲକ ରେ ତୁଷାରପାତ

Posted by - December 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି…

ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ

Posted by - September 15, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଲେ ଗ୍ରାମବାସୀ।ଗଣେଶପୁଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ…

ମାଲକାନଗିରି ରେ ବନ୍ୟା, ବିପଦ ସଙ୍କେତ ଉପରେ ଶାବେରୀ ଓ ସିଲେରୁ ନଦୀ, ରାସ୍ତା ଉପରେ ୮ ଫୁଟ ର ବନ୍ୟାଜଳ

Posted by - July 15, 2022 0
ଭୁବନେଶ୍ବର;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କିଛିଦିନ ର ଲଗାଣ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ପୁରୀ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ପୁରୀ ଗଜପତି,କଣ ଲେଖିଲେ ପଢନ୍ତୁ

Posted by - June 21, 2020 0
ପୁରୀ :ପୁରୀରେ ରଥଯାତ୍ରା କରିବା ପାଇଁ ଗଜପତି ଦିବ୍ୟ ସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସରକାର କରୋନା…

ଉଜ୍ଜ୍ବଳା ଯୋଜନାର କେଲେଙ୍କାରୀ କରି ଗ୍ୟାସ ମାଲିକ ମାଲେ ମାଲ,ଗରିବ ବେହାଲ

Posted by - June 7, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ବରେ ଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାକୁ ଦେଶର ଗରିବ ପରିବାରର ମହିଳାମାନଙ୍କୁ…

Leave a comment

Your email address will not be published.