ରାହୁଲଙ୍କ ଭାଷଣ ସଇତାନର ବେଦପାଠ: ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି

1000 0

ଭୁବନେଶ୍ବର:ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ସ୍ବାଧୀନତାର ୭୦ବର୍ଷ ପରେ ଓଡ଼ିଶାର ଦାରିଦ୍ରତା ପାଇଁ କଂଗ୍ରେସ ମୁଖ୍ୟତଃ ଦାୟୀ । ଓଡ଼ିଶା ଗରିବ ଓ ଗରିବଙ୍କୁ ସାହାଯ୍ୟ କରିବା କଥା ରାହୁଲ ଗାନ୍ଧୀ କହିବା ସଇତାନର ବେଦପାଠ ସହ ସମାନ ବୋଲି କହିଛନ୍ତି ଶ୍ରୀ ମହାନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦୀର୍ଘ ବର୍ଷ ଧରି ଓଡ଼ିଶା ଶାସନରେ ରହି କଂଗ୍ରେସ ଦଳ ରାଜ୍ୟକୁ ୭୦ ବର୍ଷ ପଛକୁ ଠେଲିଦେଇଛି । ଯେଉଁମାନେ ଓଡ଼ିଶାକୁ ଲୁଟ କରିଛନ୍ତି, ସେମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାର ଯୁବକ ଓ ଗରିବଙ୍କ ଭାଗ୍ୟ ପରିବର୍ତ୍ତନ ନହେବାର ମୁଖ୍ୟ କାରଣ ହେଉଛି କଂଗ୍ରେସ ।

Related Post

କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି, ବ୍ୟାପକ କ୍ଷୟକ୍ଷତି

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସଡକ ଧୋଇଯିବା ଯୋଗୁଁ ଅନେକ ଗ୍ରାମ…

ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ

Posted by - February 21, 2019 0
ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗୀ କହିଛନ୍ତି, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଯୋଗୀ ସମ୍ବୋଧନରେ କହିଛନ୍ତି,…

୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ

Posted by - November 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ମେଡିକାଲ କଲେଜ ଭିତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ,କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା ଭିତିଭୂମି ର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରାଯିବ ,ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲା ସଦର ମହକୁମା ରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲା ମେଡିକାଲ ହବ ହେବାକୁ ଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Leave a comment

Your email address will not be published.