ଭୁବନେଶ୍ଵର:କାଳିଆ ଯୋଜନାକୁ କେହି ରୋକି ପାରିବେନାହିଁ ବୋଲି ଦୃଢର ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇ ଦେବାର ପ୍ରକ୍ରିୟାକୁ ପୁରୀ ଚାଷୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ | କାଳିଆ ଯୋଜନା ଅନୁସାରେ, ଅକ୍ଷୟ ତୃତୀୟ ଦିନ ଖରିଫ ଚାଷ ପାଇଁ ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କା | ନୂଆଁଖାଇ ଦିନ ରବି ଫସଲ ପାଇଁ ଚାଷୀଙ୍କୁ ମିଳିବ ଆଉ ୫ ହଜାର ଟଙ୍କା |ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକାଉଣ୍ଟରେ ପହଂଚି ଯାଇଛି କାଳିଆ ଟଙ୍କା | ରାଜ୍ୟର ୬୬୨ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଇଛନ୍ତି ରାଜ୍ୟ ସରକାର | ସରକାରଙ୍କ ପାଖରେ ୧୦ ଲକ୍ଷ ୫୦ ହଜାର ଚାଷୀଙ୍କ ମୋବାଇଲ ନମ୍ବର ରେଜିଷ୍ଟର ହୋଇଛି | ଆକାଉଣ୍ଟକୁ ଟଙ୍କା ଆସିଥିବା ନେଇ ରେଜିଷ୍ଟର ହୋଇଥିବା ଚାଷୀଙ୍କ ମୋବାଇଲକୁ ମେସେଜ ମଧ୍ୟ ଆସିଛି |
