ଶେଷରେ ରାଜି ହେଲେ କିଶୋର ମହାନ୍ତି,ମାନିଲେ ପ୍ରଣବ ଙ୍କ କଥା

990 0

ଝାରସୁଗୁଡ଼ା ରାଜନୀତିରେ ପଟ୍ଟ ପରିବର୍ତ୍ତନ। ଦୁଇ ପାରମ୍ପରିକପ୍ରତିଦ୍ୱନ୍ଦୀ ବିଜେଡି ଜିଲ୍ଲା ସଭାପତି କିଶୋରମହାନ୍ତି ଓ ଗତକାଲି କଂଗ୍ରେସରୁ ଇସ୍ତାଫା ଦେଇଥିବା ବିଧାୟକ ନବାଦାସଙ୍କୁ ଏକାଠି କରାଇଲେ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ।ଆସନ୍ତା 24 ତାରିଖରେ ବିଜେଡିର ଯୋଗଦେବେ ବିଧାୟକ ନବଦାସ ।

ନବ ଦାସ ବିଜେଡିରେ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଛି।କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଝାରସୁଗୁଡ଼ାର ଏକ ହୋଟେଲ୍‌ରେ ଏନେଇ ବୈଠକ ହୋଇଥିବା ସୂଚନା ମିଳିଛି। ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଏବଂ ବରିଷ୍ଠ ନେତା ଅନୁପ ସାଏ ପ୍ରମୁଖ ଏହି ବୈଠକରେ ସାମିଲ୍ ହୋଇଛନ୍ତି।ଝାରସୁଗୁଡ଼ାରୁ ନବ ଦାସଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି କିଶୋର ମହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା ଗସ୍ତ ଅବସରରେ ନବଦାସ ବିଜେଡିରେ ଯୋଗଦେବାକୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।ଏହା  ଜିଲ୍ଲା ବିଜେଡି କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଗଲା |ସମସ୍ତେ ଦଳର ସୁପ୍ରିମୋ ନବୀବ୍ନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମାନିବାକୁ ରାଜି ହେଲେ |ନବଦାସ ବିଜେଡି କାର୍ଯ୍ୟକାରୀ କମିଟୀ ବୈଠକରେ ଯୋଗଦେଇ ଦଳୀୟ ଦଳୀୟ ଶ୍ରୁଙ୍ଖଳା ମାନି କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ |ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ଯେପରି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଙ୍କ ମଧ୍ୟରେ ଟଣା ଓଟରା ନହୁଏ ସେଥିପାଇଁ ଉଭୟଙ୍କ ମଧ୍ୟରେ ମିଳାମିଶା ଉଦ୍ୟମ କରିଛନ୍ତି ବିଜେଡିର ରାଜ୍ୟ ସ୍ତରୀୟ ନେତା।ଏଥିପାଇଁ ଆଜି ହୋଟେଲ ଓର୍ଚ୍ଚାର୍ଡ ରେ ଏକ ରୁଦ୍ଧଦ୍ବାର ବୈଠକରେ ସାମିଲ ହୋଇଥିଲେ ଉଭୟ ନବଦାସ ଓ କିଶୋରମହାନ୍ତି।

ଏହି ଗୋପନ ବୈଠକରେ କିଶୋର ମହାନ୍ତିଙ୍କ ସମେତ ଅନୁପ ସାଏ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାୟ ଚୌଧୁରୀ, ମାତାଦିନ ମୁନ୍ଦ୍ରା, ରବି ସିଂହ, ଟିକେଶ୍ବର ସେନାପତି, ସବୁ ବ୍ଲକ ସଭାପତି, ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁ, ସନ୍ଦୀପ ଅଗସ୍ତି, ଗଙ୍ଗାଧର ଗଡ଼ନାୟକ, ତ୍ରିନାଥ ଗୁଆଲ, ମନୋରଂଜନ ଦାଶ, କୁଳମଣି ଦାସ, ସୁକାନ୍ତି ଜୟପୁରିଆ, ଜୟନ୍ତ ଦୀକ୍ଷିତ ପ୍ରମୁଖଙ୍କ ସହ ଶତାଧିକ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। କର୍ମୀମାନେ କିଶୋର ମହାନ୍ତିଙ୍କ ସମ୍ମାନରେ ଆଞ୍ଚ ଆସିବା ଭଳିଆ ପଦକ୍ଷେପ ନନେବା ପାଇଁ ଅନୁରୋଧ କରିଥିଲେ। ଝାରସୁଗୁଡ଼ାରେ ବିଜେଡି ଟିକେଟ କାହାକୁ ଦିଆଯିବ, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଯେହେତୁ ଏହି ନିଷ୍ପତ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ତେଣୁ ଏହାକୁ ସମସ୍ତ କର୍ମୀ ଗ୍ରହଣ କରିବାକୁ ଶ୍ରୀ ଦାସବର୍ମା ଓ ଶ୍ରୀ ଦାସ ଅନୁରୋଧ କରିଥିଲେ। ସେମାନେ କର୍ମୀଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ, ଆଗାମୀ ନିର୍ବାଚନରେ ବିଜେପି ପକ୍ଷରୁ ତୀବ୍ର ଆକ୍ରମଣ ହେବାର ସୂଚନା ମିଳୁଥିବାରୁ ବିଜେଡି ଏଥିପାଇଁ ସଜାଗ ରହିଛି। ବିଜେଡିର କିଏ କେଉଁଠି ଟିକେଟ ପାଇବ ତାହା ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। କେବଳ ଗୋଟିଏ ଆସନ ହିଞ୍ଜିଳି ବ୍ୟତୀତ ଆଉ କୌଣସି ଆସନ ପାଇଁ ପ୍ରାର୍ଥୀ କିଏ ହେବ ତାହା ନିଷ୍ପତ୍ତି ହୋଇ ନଥିବା ଏହି ନେତା ମାନେ କହିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ବୈଠକ ସ୍ଥଳରେ ନବ ଦାସ ପହଞ୍ଚିଥିଲେ। ୧୫ ମିନିଟ ପରେ ପୁଣି ଚାଲି ଯାଇଥିଲେ। ବୈଠକ ପୂର୍ବରୁ ମୋବାଇଲ ବ୍ୟବହାର ଓ ଫଟୋ ଉଠାଇବା ନିଷେଧ କରାଯାଇଥିଲା। ସମସ୍ତଙ୍କ ମୋବାଇଲ ଗୋଟିଏ ସ୍ଥାନରେ ରଖାଯିବା ପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନବ-କିଶୋର ହାତ ମିଳାଇ ଥିବା ନେଇ ବହୁ କର୍ମୀ ପ୍ରକାଶ କରିଥିଲେ।ସେମାନେ ଆହୁରି ମଧ୍ୟ କହିଥିଲେ ଯେ କିଶୋର ମହାନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ କଥା କୁ କାଟି ପରି ନଥିଲେ ଓ ଶେଷ ରେ ପ୍ରଣବ ଙ୍କ କଥା ଅନୁସାରେ ନବ ଦାସ ଙ୍କ ସହିତ ମିଶିଥିଲେ। ଭିତରେ ବୈଠକ ଚାଲିଥିବ‌ା ବେଳେ ହୋଟେଲ ବାହାରେ ଶତାଧିକ ବିଜେଡ଼ି କର୍ମୀ ଭିଡ଼ ଜମାଇଥିଲେ। ଆଜିସକାଳେ ଉଭୟ ନେତାଙ୍କ ସହିତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବି ଆସିଥିଲେ। ତେବେ ମନ୍ତ୍ରୀ ଶ୍ରୀ ମଲ୍ଲିକ ବୈଠକକୁ ଯାଇନଥିଲେ।

Facebook Notice for EU! You need to login to view and post FB Comments!

Related Post

ଯାଜପୁରରେ ବିଜେଡି ବିଧାୟକଙ୍କ ପ୍ରଚାରର ମଙ୍ଗ ଧରିଲେ ବରିଷ୍ଠ ନାଗରିକ

Posted by - April 11, 2019 0
ଯାଜପୁର:୧୦/୦୪ ଯାଜପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକିୟା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ…

ବାୟୁସେନା ପାଇଲଟ ଅଭିନନ୍ଦନ ଛାଡିବା ପାଇଁ ଘୋଷଣା ,୨୪ଘଣ୍ଟା ମଧ୍ୟରେ କିଭଳି ବଦଳିଥିଲା ପ୍ଲାନ୍‌, ଜାଣନ୍ତୁ।

Posted by - March 1, 2019 0
ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା…

Leave a comment

Your email address will not be published.