ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆରମ୍ଭ ହୋଇଛି ମାଟ୍ରିକ ଖାତା ଦେଖା । ଯାଜପୁର ଜିଲାରେ ୩ ଟି ଖାତା ଦେଖା କେନ୍ଦ୍ରରେ ଆରମ୍ଭ ହୋଇଛି ଖାତା ଦେଖା । ଯାଜପୁର ଜିଲା ହାଇସ୍କୁଲ,ମହାବିନାୟକ ହାଇସ୍କୁଲ,ବଡଚଣା ଏବଂ ପାଣିକୋଇଲି ହାଇସ୍କୁଲରେ ଏହି ଖାତା ଦେଖା ଆରମ୍ଭ ହୋଇଛି । ପ୍ରତ୍ୟେକ କେନ୍ଦ୍ରରେ ୨୦୦ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ପତ୍ୟେକ କେନ୍ଦ୍ର ପାଇଁ ଜଣେ ଜଣେ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଇଂରାଜି,ସାମାଜିକ ବିଜ୍ଞାନ ଏବଂ ଗଣିତ ଖାତା ଦେଖା ଆରମ୍ଭ ହୋଇଛି । କେନ୍ଦ୍ରକୁ ଯିବା ପୂର୍ବରୁ ପ୍ରତ୍ୟେକଙ୍କୁ କୋରୋନା ପାଇଁ ଥର୍ମାଲ ସ୍କିନିଂ କରାଯାଇଥିଲା । କୋରୋନା ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରାଯିବା ସହିତ ସାନିଟାଇଜରର ବ୍ୟବହାର କରାଯାଉଛି । ଖାତା ଦେଖା କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।