ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ମୁସଲମାନ ସଂପ୍ରଦାୟର ଲୋକେ ଇଦ ଉଲ ପିଂତର ପାଳିବେ । ଏଥିପାଇଁ ଆଜି ଠାରୁ ବିଭିନ୍ନ ଦୋକାନ ବଜାରରେ ଗହଳି ଦେଖିବାକୁ ମିଳିଛି । ବିିଭିନ୍ନ ସାମଗ୍ରୀ କିଣିବା ପାଇଁ ଦୋକାନରେ ଭିଡ ଜମୁଛି । ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଇଦ ପର୍ବ ପାଳନ ନେଇ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ ।
ଯାଜପୁର ଜିଲାରେ ଥିବା ସମସ୍ତ ମସଜିଦ ଓ ଇଦଗା ଅଂଚଳରେ ଆସନ୍ତାକାଲି ୧୪୪ ଧାରା ଜାରି କରାଯାଇଛି । କୋରୋନା ପାଇଁ ସମ୍ଭାବ୍ୟ ଭିଡକୁ ଏଡାଇବା ପାଇଁ ପ୍ରଶାସନ ଏପରି ନିଷ୍ପତି ନେଇଛି । ମସଜିଦରେ ସମୁହ ନମାଜ ପାଠ ଉପରେ ରୋକ ଲଗାଇବା ସହିତ ମସଜିଦ ଭିତରକୁ ସର୍ବାଧିକ ୫ ଜଣ ମୌଲବୀ ଯିବା ପାଇଁ ଅନୁମତି ଦିଆଯିବ । ପ୍ରଶାସନର ଏଭଳି ନିଷ୍ପତି କୁ ମଧ୍ୟ ସ୍ୱାଗତ କରାଯାଇଛି ।