Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଯାଜପୁର ଜିଲ୍ଲାରେ ଅମ୍ପାଂନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

385 0

ଯାଜପୁର : ୨୧ ।୫: ଅମ୍ପାଂନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ଚାଳ ଛପର ଓ କଚ୍ଚାଘରେ ଥିବା ୭୧୪୦ ଲୋକଙ୍କୁ ନିକଟସ୍ଥ ୨୦ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫୧ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାର ମୋଟ ୩୧୧ ଗୋଟି ପଂଚାୟତ ମଧ୍ୟରୁ ୧୨୦ ଗୋଟି ପଂଚାୟତର ୬୬୬ ଗୋଟି ଗ୍ରାମ ଓ ୨ଟି ପୈାରାଂଚଳର ୨୩ ଗୋଟି ୱାର୍ଡର ୫୪୭୫୨୬ ଜଣ ବ୍ୟକ୍ତି ଏହି ବାତ୍ୟାରେ ଆଂଶିକ ଭାବେ ପ୍ରଭାବିତ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଗସ୍ତ କରିବା ସହ କ୍ଷୟକ୍ଷତିକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହି ବାତ୍ୟା ମୁକାବିଲା ପାଇଁ ୩୬ ଗୋଟି ମେଡିକାଲ ଟିମ୍‌, ୧୦ ଗୋଟି ପ୍ରାଣୀ ଚିକିତ୍ସା ଟିମ୍ ଗଠିତ ହୋଇଥିଲା । ୨୦ ତାରିଖ ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଜିଲ୍ଲା ଜରୁରୀ ବିଭାଗରେ ବାତ୍ୟାର ସମୀକ୍ଷା କରିବା ସହ ଯାଜପୁର ସହର ଓ ପାଶ୍ୱର୍ବର୍ତୀ ଅଂଚଳକୁ ବୁଲି ଦେଖିଥିଲେ ।

ପରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଧର୍ମଶାଳା, ବଡଚଣା ବ୍ଲକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ରସୁଲପୁର, କୋରେଇ ବ୍ଲକ ଓ ବ୍ୟାସନଗର ମ୍ୟୁନିସିପାଲିଟି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଯାଜପୁର ମ୍ୟୁନିସିପାଲିଟି, ଉପଜିଲ୍ଲାପାଳ ଶ୍ରୀ ଧଳ ବରୀ ଓ ବିଞ୍ଝାରପୁର ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିଥିଲେ । ଚଳିତ ବର୍ଷ ବିଶ୍ୱବାସୀ ମହାମାରୀ କରୋନାରେ ପ୍ରଭାବିତ ହୋଇ ଆସୁଥିବା ସ୍ଥଳେ ଓଡିଶା ୨୦୨୦ ମସିହାରେ ପ୍ରଥମ ବାତ୍ୟା ରୂପେ ଅମ୍ପାଂନ ର ସମ୍ମୁଖୀନ ହୋଇଅଛି । ଏହାର ସଫଳ ମୁକାବିଲା କରିବା ସହିତ ବାତ୍ୟା ପରବର୍ତୀ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜିଲ୍ଲାରେ ୨୦ ତାରିଖ ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ୫୦.୯୭ ମ.ିମି ବର୍ଷା ରେକର୍ଡ ହୋଇଛି । ଏଥିମଧ୍ୟରେ ଯାଜପୁର ବ୍ଲକରେ ୫୦, ବିଞ୍ଝାରପୁରରେ ୫୨, ଦଶରଥପୁର ୩୮, କୋରେଇ ୪୩.୫, ଦାନଗଦୀ ୭୧, ସୁକିନ୍ଦା ୨୭.୪, ରସୁଲପୁର ୩୭.୮, ଧର୍ମଶାଳା ୭୫, ବଡଚଣା ୬୬ ଓ ବରୀ ୪୯ ମି.ମି ବର୍ଷା ହୋଇଥିବାର ଜଣାଯାଇଛି ।

Related Post

ମା ମାହେଶ୍ୱରୀ ଗୋ -ଶାଳା ଓ ଜରାଶ୍ରମ ରେ କର୍ମଶାଳା ବୈଠକ

Posted by - October 16, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତା ପାଲି ଠାରେ ଥିବା ବୌଦ୍ଧ ଜିଲ୍ଲା ର ଏକ ମାତ୍ର “ଗୋଶାଳା “ରେ ଆଜି ଗ୍ରାମ୍ୟବିକାଶ…

ଅନାଥ ପିଲାଙ୍କ ସହଯୋଗ ନିମନ୍ତେ ନିବେଦନ

Posted by - June 15, 2021 0
ମାଲକାନଗିରି:(ଅବଦୁଲ ଗାନି)ପୁଲାପାଲି (ପାଲ୍‌କାଗୁଡା) ଗ୍ରାମ ନିବାସି, ଗ୍ରାପ :- ଭେଜାଗୁଡା, ମାଥିଲି ବ୍ଲକ୍ ବାସିନ୍ଦା ଭିମା (୧୫), ବାସନ୍ତୀ(୧୩), ଶିବ(୧୧) ଓ ସବିତା (୯) ରହନ୍ତିଗତ ୪…

ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍

Posted by - June 4, 2021 0
ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି…

କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ

Posted by - June 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ସ୍ଥ କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ…

ବୌଦ୍ଧ ଜିଲ୍ଲାରେ ଦ୍ୱାଦଶ ଜାତୀୟ ମତଦାନ ଦିବସ ପାଳିତ

Posted by - January 25, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳାରେ ଚଳିତ ବର୍ଷ 12ତମ ଜାତୀୟ ମତଦାନ ଦିବସ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା…

Leave a comment

Your email address will not be published.