ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ବଜାର ରେ ବରୀ ପୋଲିସ ତରଫରୁ ଅଚାନକ ଚେକିଂ ସହ ସଚେତନତା କରାଯାଇଛି । ଠାରେ ବିନା ହେଲମେଟ ଓ ମାସ ବ୍ୟବହାର କରୁଥିବା ନଥିବା ଲୋକମାନଙ୍କୁ ସଚେତନତା କରାଇବା ସହ ଆମାନିଆ ମନଙ୍କୁ ଫାଇନ କାଟାଯାଇଥିଲା ।
ରାଜ୍ୟ ଓ ଭାରତ ସରକାରଙ୍କ ନିୟମ ଅନୁଯାଇ କରୋନା ରୋଗରୁ ଦୁରେଇ ରହିବା ଓ ସ୍ବାସ୍ତ୍ୟକୁ ରୋଗରେ ଆକ୍ରାନ୍ତ ନ କରାଇବା ପାଇଁ ଭାରତର ସମସ୍ତ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମକୁ ନ ମାନି ଅମାନ୍ୟ କରିବା ହେତୁ ବରୀ ବଜାର ଠାରେ ବିନା ମାସ୍କରେ ଗାଡ଼ିରେ ବୁଲାବୁଲି କରିଥିବା ଲୋକଙ୍କୁ ନିୟମ ଉଲଂଘନ କରିବା କାରଣରୁ ୧୯ ଜଣଙ୍କ ଠାରୁ ଜଣଙ୍କ ପିଛା ୫00 ଟଙ୍କା ଲେଖାଏଁ ମୋଟ ଜୋରିମାନା ଆଦାୟ କରାଯାଇଥିବାର ଦେଖିବାକୁ ମିଳିଛି ।
ଅଧିକାରୀ ଙ୍କ କହିବା କଥା କି ଆଜି ଯେଉଁ ମାନଙ୍କୁ ଜୋରିମାନା ଆଦାୟ କରାଯାଇଛି ପୁନର୍ବାର ସେମାନେ ଆଇନ ଉଲଂଘନ କଲେ ସେମାନଙ୍କୁ ଆହୁରି ଅଧିକା ଟଙ୍କା ଜୋରିମାନା କରାଯିବ ବୋଲି କହିଥିଲେ ।