ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ବାରିପଦା ଜଗନ୍ନାଥ ମନ୍ଦିରରେ ଶହ ଶହ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ମକର ଚାଉଳ ଭୋଗ ଲାଗି କରିଛନ୍ତି।ଏଥିସହ ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ସୂର୍ଯ୍ୟ ପୂଜାର୍ଚ୍ଚନା ସହ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।
