ଅଂପନ ବାତ୍ୟାର ମୁକାବିଲା ପାଇଁ ଜିଲ୍ଳା ସମସ୍ତ ପଦକ୍ଷେପ ଗ୍ରହଣ କରିଚ୍ଥି : ଯାଜପୁର ଜିଲ୍ଳାପାଳ

740 0

ଭୁବନେଶ୍ବର : ତା ୧୯ା୫: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରତ୍ୟେକ ସତର୍କ ରହିବାକୁ ଯାଜପୁର ଜିଲ୍ଲାପାଳ ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ବାତ୍ୟା ଅଂପନର ପ୍ରସ୍ତୁତି ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏକାଧିକବାର ବୈଠକ କରାଯାଇ ସମସ୍ତ ବି.ଡି.ଓ., ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ବାତ୍ୟା ମୁକାବିଲାର ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହାର ସମୀକ୍ଷା କରିଥିଲେ ଜିଲ୍ଳ୍‌ାପାଳ । ଜିଲ୍ଳ୍‌ାରେ ବର୍ତ୍ତମାନ ଓଡ୍ରାପଂ ଓ ଏନ୍‌.ଡି.ଆର.ଏପଂ. ଋ ୨ଟି ଓ ଅଗ୍ନିଶମର ୧୩ଟି ଟିମ୍ କାର୍ଯ୍ୟପାଇଁ ପ୍ରସ୍ତୁତ ରହିଚ୍ଥନ୍ତି । ଜିଲ୍ଳ୍‌ାର ୨୦ ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହ ଏକ ହଜାରରୁ ଅଧିକ ସ୍କୁଲ ଗୁଡିକୁ ଆଶ୍ରୟ ସ୍ଥଳ ଭାବେ ପ୍ରସ୍ତୁତ ରଖାଯାଇଚ୍ଥି । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ବିଦ୍ୟାଳୟ ଠାରେ ଊପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । କଚ୍ଚା ଚାଳ ଚ୍ଥପର ଘରେ ରହୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନିକଟସ୍ଥ ନିରାପଦ ଆଶ୍ରୟ ସ୍ଥଳ, ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାପାଇଁ ବ୍ୟବସ୍ଥା କରାଯାଇଚ୍ଥି । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଇଚ୍ଥି । ଜିଲ୍ଳ୍‌ାର ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ ବା ପ୍ରଦର୍ଶିତ ବ୍ୟାନର ଗୁଡିକୁ ଅପସାରଣ ପାଇଁ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓ÷୍ୟଷଧ ମଧ୍ୟ ପ୍ରସ୍ତୁତ ରଖାଯାଇଚ୍ଥି । ତେବେ ବିଗତ ବର୍ଷ ମାନଙ୍କରେ ଦେଖାଦେଇଥାଏ ଯେ, ପବନ ବର୍ଷା କମିଯିବାର କିଚ୍ଥି ସମୟ ପରେ ପୁନଶ୍ଚ ଜୋର ପବନ ହୋଇଥାଏ । ଏହାଦ୍ୱାରା ନିରାପଦ ଆଶ୍ରୟ ସ୍ଥଳ ଚ୍ଥାଡି ଚାଲିଆସିଥିବା ବ୍ୟକ୍ତିମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି ।

ଏପରି କି, କିଚ୍ଥି ଲୋକଙ୍କର ଗଚ୍ଥ, ଡାଳ, କାନ୍ଥ ବା ଗଚ୍ଥ ପଡି ମୃତ୍ୟୁବରଣ ମଧ୍ୟ ଘଟିଥିଲା । ତେଣୁ ସଂପୂର୍ଣ୍ଣ ବର୍ଷା, ପବନ ନ ଚ୍ଥାଡିବା ପର୍ଯ୍ୟନ୍ତ କୈାଣସି ବି ବ୍ୟକ୍ତି ଆଶ୍ରୟ ସ୍ଥଳ ଚ୍ଥାଡି ନ ଆସିବାକୁ ଜିଲ୍ଳ୍‌ାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଉପସ୍ଥିତ ରହି ସମସ୍ତ ଲୋକ ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଆଣିବାରେ ପୋଲିସର ସହଯୋଗ ରହିବା ସହ ସମସ୍ତ ଥାନାର ଭି.ଏଚ୍‌.ଏପଂ. ମଧ୍ୟ ଯୋଗାଯୋଗ ସେବା ପାଇଁ ଉପଲବ୍ଧ କରାଯିବ ବୋଲି କହିଥିଲେ । ସମସ୍ତ କଣ୍ଟ୍ରୋଲ ରୁମ୍ ଭଳି ଭି.ଏଚ୍‌.ଏପଂ. ଗୁଡିକ ମଧ୍ୟ ଚବିଶ ଘଣ୍ଟିଆ ସେବା ଯୋଗାଇବେ ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଚ୍ଥି ବୋଲି ସେ ସୂଚନା ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଏନ୍‌.ଡି.ଆର.ଏପଂ., ଓଡ୍ରାପଂ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଳ୍‌ା ଜରୁରୀ ବିଭାଗର ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା, ଡି.ପି.ଏମ୍‌. ଦେବାଶିଷ ପ୍ରଧାନ ଓ ଜରୁରୀ ବିଭାଗର କର୍ମଚାରୀ ମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

Related Post

ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

Posted by - July 7, 2020 0
ବଡ଼ବିଲ:( ସୀତାରାମ ଦୀକ୍ଷିତ)ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ବାରଣ୍ଡାରେ ଫୁଟିଛି ପାରିଜାତ ଫୁଲ ମହାମାରୀ କରୋନା ପାଇଁ ବଡ଼ବିଲ ସଟଡାଉନ ଥିବା ବେଳେ ଶୁଭ ସଂକେତ।ଦେଇଛି ପାରି…

ଟିଟିଲାଗଡ ବ୍ରାହ୍ମଣ ସମାଜର ରୌପ୍ୟ ଜୟନ୍ତୀ ପାଳନ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ

Posted by - August 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ରାହ୍ମଣ ସମାଜର ସାଧାରଣ ବୈଠକ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ସଭାପତି ଶ୍ରୀ ବିଶ୍ବରାମଠାକୁରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ଯ…

ଇନ୍ଦ୍ରାବତୀ କେନାଲ ରୁ ଧର୍ମଗଡ ଅଞ୍ଚଳକୁ ରବିଚାଷ ପାଇଁ ଜଳ ଯୋଗାଣ ଦାବିରେ ଚାଷୀଙ୍କ ଦାବିପତ୍ର

Posted by - November 2, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ) ଇନ୍ଦ୍ରାବତୀ କେନାଲରୁ ଧର୍ମଗଡ ଅଞ୍ଚଳର ଚିଲିଚିଲା ଡିସଟ୍ରିବୁଟରୀ ଓ ତେନ୍ତୁଳିଆପଡା ଶବମାଇନର କୁ ରବି ଚାଷ ପାଇଁ କେନାଲ ପାଣି ଯୋଗେଇଦେବା…

ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

Posted by - January 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା…

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…

Leave a comment

Your email address will not be published.