ଯାଜପୁର: କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର କୃଷକମାନଙ୍କୁ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବ। ଶିଳ୍ପାନୁଷ୍ଠାନ ଗୁଡ଼ିକରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ କଂଗ୍ରେସ ସରକାର କାର୍ଯ୍ୟକାରୀ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି।ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାରେ କଂଗ୍ରେସ ଦଳର ତୁଙ୍ଗନେତାମାନେ ଆଜି ତୋଫାନୀ ଗସ୍ତ କରି ଦୁଇ ଦୁଇଟି ବିଶାଳ ଦଳୀୟ ସମାବେଶ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନୟକ ଜିଲ୍ଲାର ସବୁଠାରୁ ସଂବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବେକାରୀ କାର୍ଡ ଖେଳିଛନ୍ତି। ହଜାର ହଜାର ବେକାରୀ ଯୁବକଙ୍କ ସମାବେଶ କରି କଂଗ୍ରେସ ପ୍ରତି ଯୁବ ସମାଜ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛନ୍ତି। ସେହିପରି ବରୀ ମାଟିରେ ଦୀର୍ଘ ୧୮ବର୍ଷ ଧରି କଂଗ୍ରେସ କର୍ମୀ ଓ ସଂଗଠକଙ୍କୁ ଅନ୍ୟ ଦଳ ନିକଟରେ ବନ୍ଧା ପକାଇଥିବା ଶ୍ରୀକାନ୍ତ ଜେନାଙ୍କ ଅନୁପସ୍ଥିତିରେ ନିରଞ୍ଜନଙ୍କ ଟିମ୍ ହଜାର ହଜାର ଲୋକଙ୍କ ସମାବେଶ କରି ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି।
ଯାଜପୁରରେ ନିରଞ୍ଜନଙ୍କର ନିର୍ବାଚନୀ ପ୍ରଚାର କହିଲେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼
Facebook Notice for EU!
You need to login to view and post FB Comments!