କାଳିଆ ଯୋଜନାରେ ଆପଣଙ୍କ ନାମ ଅଛି କି ନାହିଁ ଏପରି ଜାଣନ୍ତୁ

1912 131

କାଳିଆ ଯୋଜନାକୁ ନେଇ ବଢୁଛି ବିବାଦ । କିଏ କିଭଳି ଏହି ଯୋଜନାରୁ ଅର୍ଥ ହାତେଇବେ ସେଥିପାଇଁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କେଉଁଠି ଫର୍ମ ମିଳୁନି ତ ଆଉ କେଉଁଠି ଦଳୀୟ କର୍ମୀଙ୍କୁ ଆଗ ଏହି ଯୋଜନାରେ ସାମିଲ ପାଇଁ ମସୁଧା ହେଉଥିବା ଅଭିଯୋଗ ଆସିଲାଣି । ଆବେଦନ ପାଇଁ ଆଜିଠାରୁ ଆଉ ୫ ଦିନ ଅଧିକା ସମୟ ବଢାଯାଇଥିଲେ ବି ଲୋକଙ୍କ ଭିତରେ ଯେଭଳି କାଳିଆ ଯୋଜନାରେ ସାମିଲ ପାଇଁ ପ୍ରତିଯୋଗିତା ଚାଲିଲାଣି ତାହା ଆଗକୁ କେଉଁ ମୋଡ ନେବ କହି ହେଉନି ।

ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ତାଲିକା । ଏହି ତାଲିକା ଆସିବା ପରେ ଚାଷୀମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ତାଲିକାରେ ନିଜ ନାଁ ଅଛି କି ନାହିଁ ତାହା ଜାଣିବା ପାଇଁ ଚାଷୀଙ୍କୁ କୃଷି ସମବାୟ ସମିତି କିମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଗୋଟିଏ କ୍ଲିକ୍‌ରେ ସୁବିଧାରେ ଏହା ଜାଣି ପାରିବେ।ତେବେ ଏହି ତାଲିକା ବାବଦରେ ଜାଣିବା ପାଇଁ କୃଷକଙ୍କୁ କାଳିଆ ଯୋଜନାର ୱେବସାଇଟ www.kalia.co.inକୁ ଯିବାକୁ ପଡିବ । ଏହି ୱେବସାଇଟରୁ ଆପଣ ଜାଣି ପାରିବେ ହିତାଧିକାରୀ ତାଲିକାରେ ଆପଣଙ୍କ ନାଁ ରହିଛି ନା ନାହିଁ ।କାଳିଆ ଯୋଜନାରେ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ। ଯେଉଁମାନଙ୍କର ଅଢେଇ ଏକରରୁ ୫ ଏକର ଜମିଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ। ଭୂମିହୀନ ପରିବାର ମଧ୍ୟ ଏହି ଯୋଜନାରେ ଜୀବନ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ପାଇବେ। ସେହିଭଳି ଯେଉଁ ଚାଷୀ ଓ କୃଷି ଶ୍ରମିକ ଆର୍ଥିକ ସ୍ବଚ୍ଛଳ ନଥିବ ସେମାନ ବି ଏହିଯୋଜନାରେ ରହିବେ। ଏହାବାଦ୍ ଚାଷୀ ମାନଙ୍କୁ ଜୀବନବୀମା ସୁରକ୍ଷା ଦେବା ମଧ୍ୟ ରହିଛି। ସେହିଭଳି ଏସବୁ ବର୍ଗର ଚାଷୀ ଓ କୃଷି ଶ୍ରମିକଙ୍କୁ ବିନା ସୁଧରେ କୃଷିଋଣ ଦେବାର ବ୍ୟବସ୍ଥା ବି ଅଛି କାଳିଆ ଯୋଜନାରେ।

Related Post

ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଚାଲିଲା ସଫରୀ ବସ

Posted by - August 17, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ପର୍ଯ୍ୟଟକଙ୍କ ଙ୍କ ପାଇଁ ଖୁସି ଖବର,ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଭିଡ୍ ଯୋଗୁ ବନ୍ଦ ହୋଇଥିବା ସଫାରୀ ବସ୍ ସେବା ପର୍ଯ୍ୟଟକଙ୍କ ପାଇଁ ଖୋଲା…

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଅଗ୍ରସେନ ଭବନ ଠାରେ ପ୍ରେସ ଦିବସ ପାଳିତ

Posted by - November 18, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଗତ କାଳୀ ଜାତୀୟ ପ୍ରେସ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି।ଏଥିରେ ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର…

There are 131 comments

  1. Pingback: 3execrable

Leave a comment

Your email address will not be published.