ପୋଲିସର ଫ୍ଲାଗ୍‌ମାର୍ଚ୍ଚ – କର୍ଫ୍ୟୁ ସମୟରେ ବାହାରକୁ ନ ବାହାରିବାକୁ ଚେତାବନୀ.

370 0

ଅନୁଗୋଳ :(ମହେଶ ଭୋମରାଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଳେ ଏବେ ମଧ୍ୟ ଅନୁଗୋଳ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି ।  ହେଲେ ଲକଡାଉନ କଟକଣା ଏବେ ମଧ୍ୟ ଜିଲ୍ଲାରେ ଥିବା ବେଳେ ଅନେକ ଲୋକ ଏହାକୁ ଅମାନ୍ୟ କରି ବିନା କାମରେ ଘୁରି ବୁଲୁଛନ୍ତି । ଏଥିପାଇଁ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଶୁକ୍ରବାର ସକାଳେ ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ୍‌ମାର୍ଚ୍ଚ ସମୟରେ କରୋନା ଭାଇରସ୍‌ ସଂକ୍ରମଣ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା । ଅନୁଗୋଳରେ ବୁଧବାର ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି ।

ଏଠାରେ ଭିଡିଓ ଦେଖନ୍ତୁ 

ଅନୁଗୋଳ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଏହି କର୍ଫ୍ୟୁ ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏପରି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ନିୟମକୁ ଲୋକମାନେ ଅମାନ୍ୟ କରୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ ଘରୁ ନ ବାହାରିବାକୁ ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି । ସଚେତନ ପରେ ଯେଉଁମାନେ ଅମାନିଆ ହୋଇ ଘରୁ ପଦାକୁ ଗୋଡ଼ କାଢ଼ିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅନୁଗୋଳ ସହର ବ୍ୟତିତ ଜିଲ୍ଲାର ଅନ୍ୟ ଥାନା ଅଞ୍ଚଳରେ ମଧ୍ୟ ଏହି ଫ୍ଲାଗ୍‌ମାର୍ଚ୍ଚ କରା ଯାଇଥିଲା ।

Related Post

ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବଞ୍ଚାଓ ଦାବୀ ନେଇ ଜାତୀୟ ରାଜପଥ ଅବରୋଧ।

Posted by - August 9, 2020 0
ରେମୁଣା:(ସୌମ୍ୟାସାଇ ବାରିକ୍)ଏୈତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବଞ୍ଚାଓ ଦିବସ ପାଳନ କରା ଯାଉଚି। ବାଲେଶ୍ୱର ରେ…

ରୁପେଶ ମଲରୁ ଲକ୍ଷାଧିକ ଟଙ୍କାର କପଡା ଓ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି

Posted by - July 9, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋରି ଡକାୟତି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ଖୋଦ୍ ସଦର ମହକୁମା ଠାରୁ…

ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ

Posted by - August 18, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ଓଡିଶା ସରକାରଙ୍କ ପରିବହନ କମିଶନର ଏବଂ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ତା ୧୬/0୬/୨୨ ଠାରୁ…

ପାଟଣାଗଡ଼ ବିଧାୟକଙ୍କ ଭଇଁସା ଗ୍ରାମ ପରିଦର୍ଶନ ଓ ରୋଷେଇ ଗୃହ ଉଦ୍ଦଘାଟନ

Posted by - November 9, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ବ୍ଲକ ଭଇଁସ ଗ୍ରାମ କୁ ବିଧାୟକ ସରୋଜ ମେହେର ସୋମବାର ଦିନ ପରିଦର୍ଶନ କରିଥିଲେ । ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା…

Leave a comment

Your email address will not be published.