ଯାଜପୁର ରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିିବାଦ

2393 0

ଯାଜପୁର ଜିଲା ବିଂଝାରପୁରରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିିବାଦ । ଦୀର୍ଘବର୍ଷ ଧରି ଏହି ମହୋତ୍ସବକୁ ଅରେଇ ପଂଚାୟତ ଆୟୋଜନ କରି ଆସୁଥିବା ବେଳେ ଚଳିତ ବର୍ଷ ଏଥିରେ ହସ୍ତକ୍ଷେପ କରିଛି ପ୍ରଶାସନ । ବରୁଣେଶ୍ୱର ଉନ୍ନୟନ ପରିଷଦ ଏହାକୁ ଆୟୋଜନ କରିବାକୁ ପ୍ରଶାସନ ଜିଦ ଧରି ବସିଥିବା ବେଳେ ଏହାର ଦୃଢ଼ ବିରୋଧ କରିଛନ୍ତି ସ୍ଥାନୀୟ ବାସୀନ୍ଦା । ପୂର୍ବରୁ ଏହି ଉନ୍ନୟନ ପରିଷଦ ଓ ଅରେଇ ପଂଚାୟତ ମଧ୍ୟରେ ରହିଥିବା ବିବାଦ ହାଇକୋର୍ଟ ରେ ପହଂଚିଥିଲା ଓ ମହୋତ୍ସବ ଆୟୋଜନର ଦାୟିତ୍ୱ ଅରେଇ ପଂଚାୟତକୁ ଦେଇଥିଲେ ମାନ୍ୟବର ହାଇକୋର୍ଟ । ଏହି ବିବାଦ ଯୋଗୁଁ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ଚଳିତ ବର୍ଷ ହେବା ନେଇ ସନ୍ଦେହ ଦେଖାଦେଇଛି । ସେପଟେ ହାଇକୋର୍ଟ ଜିଲାପାଳ ଙ୍କୁ ମେଳା ଆୟୋଜନ ଦାୟିତ୍ୱ ଦେଇଛନ୍ତି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।ବିଂଝାରପୁର ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ଦେଖାଦେଇଛି ବିବାଦ । ଆୟୋଜକ ହେବାକୁ ଅରେଇ ପଂଚାୟତ ଓ ବରୁଣେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଟଣାଓଟରା । ଗତ ୧୯୫୯ ମସିହାରୁ ଏହି ମହୋତ୍ସବର ଆୟୋଜନ କରିଆସୁଛି ଅରେଇ ପଂଚାୟତ । ପଂଚାୟତର ସରପଂଚ ଏହାର ଦାୟିତ୍ୱ ନେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହି ମହୋତ୍ସବକୁ ଆୟୋଜନ କରିବା ପାଇଁ ବରୁଣେଶ୍ୱର ଉନ୍ନୟନ ପରିଷଦ ଜିଦ ଧରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଗତବର୍ଷ ଏହି ମାମଲାର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଅରେଇ ପଂଚାୟତକୁ ଏହି ମହୋତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସେତେବେଳେ ଉନ୍ନୟନ ପରିଷଦ ପକ୍ଷରୁ ଆଦାୟ କରାଯାଇଥିବା ରୟାଲିଟିକୁ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଇବାକୁ ମଧ୍ୟ ନିର୍ଦ୍ଧେଶ ଦେଇଥିଲେ ।

ପବିତ୍ର ମକର ସଂକ୍ରାନ୍ତି ଠାରୁ ବାବା ବରୁଣେଶ୍ୱରଙ୍କ ପୀଠରେ ଆୟୋଜିତ ହୁଏ ଏହି ପ୍ରସିଦ୍ଧ ବରୁଣେଶ୍ୱର ମହୋତ୍ସବ । ଯେଉଁଥିରେ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । ଏକାଧିକ ଯାତ୍ରାପାର୍ଟି ଠାରୁ ଆରମ୍ଭ କରି ପଲ୍ଲିଶ୍ରୀ ମେଳା ଓ ମିନାବଜାର ପଡିଥାଏ । ବିଭିନ୍ନ ଦିନରେ ଆୟୋଜିତ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର । କିନ୍ତୁ ଚଳିତ ବର୍ଷ ଏହି ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁଁ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇଛି । ଜିଲାପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଂଚାୟତକୁ ମହୋତ୍ସବ ଆୟୋଜନ ନେଇ ଅନୁମତି ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥାନୀୟ ଗ୍ରାମବାସୀ ବାଧ୍ୟ ହେବେ ବୋଲି ଚେତାବନି ଦିଆଯାଇଛି । ସେପଟେ ଚଳିତ ବର୍ଷ ଏହି ମେଳା ଆୟୋଜନ ପାଇଁ ଜିଲାପାଳଙ୍କୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Related Post

ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ

Posted by - August 20, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି…

କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା କର୍ମଶାଳା ଉଦଯାପିତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ମିଶନ ଦ୍ବାରା ଆୟୋଜିତ କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା ସମ୍ପର୍କରେ ଘିକୁଣ୍ଡି ଗ୍ରାମପଞ୍ଚାୟତ…

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ପାଇଁ ସରପଞ୍ଚ ଓ ଜିଲ୍ଲାପାଳଙ୍କ ବୈଠକ

Posted by - June 6, 2022 0
ସୋନପୁର:(ଅଜିତ କୁମାର ପୂଜହାରୀ) ଡୁଙ୍ଗୁରିପାଲି ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ…

ଆଦିବାସୀ ସମାଜର ବିଶ୍ବ ଆଦିବାସୀ ଦିବସ ପାଳନ

Posted by - August 12, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ଖେଳ ପଡିଆରେ ଆଦିବାସୀ ସମନ୍ବୟ ସମିତି ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ତତ୍ତ୍ବାବଧାନରେ ବିଶ୍ବ…

Leave a comment

Your email address will not be published.