ଚାଲି ଚାଲି ବାହାର ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ଅଟକାଇ ସ୍କୁଲରେ ରଖିଲା ଦୈତାରୀ ପୋଲିସ

408 0

କେନ୍ଦୁଝର:( ସୀତାରାମ ଦୀକ୍ଷିତ) ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ବିଭିନ୍ନ କାରଖାନାରେ ବାହାର ରାଜ୍ୟ ଶ୍ରମିକମାନେ କାମ କରୁଥିବାବେଳେ କରୋନାକୁ ନେଇ ସରକାରଙ୍କ ଲକ୍ ଡାଉନ୍ ନିୟମ ଜାରି ରହିଛି । ଯାହା ଫଳରେ ଠିକାଦାର ମାନେ ଶ୍ରମିକମାନଙ୍କୁ ଟଙ୍କା ପଇସା ଦେବାରେ ଅନେକ ହଇରାଣ ହରକତ କରୁଛନ୍ତି । ଟଙ୍କା ଅଭାବକୁ ନେଇ ଶ୍ରମିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଉଥିଲେ । ଅନେକ କଷ୍ଟ‌ ସହି କିଛିଦିନ ରହିଲାପରେ ଆଜି ସେମାନେ ନିଜ ନିଜ ରାଜ୍ୟକୁ ଚାଲି ଚାଲି ଯାଉଥିବା ସମୟରେ କେନ୍ଦୁଝର ଜିଲ୍ଲା ଦୈତାରୀ ପୋଲିସ ସେମାନଙ୍କୁ ଅଟକାଇ ରାସୋଳ ସ୍କୁଲରେ ରଖିଛି । ସେମାନଙ୍କ ମଧ୍ୟରେ ଝାଡଖଣ୍ଡ ରାଜ୍ୟର ୪୦ଜଣ ଓ ବିହାର ରାଜ୍ୟର ୮ଜଣ ଥିବାବେଳେ ମୟୁରଭଞ୍ଜ ଜିଲ୍ଲାର ୫ଜଣ ଏବଂ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଅଞ୍ଚଳର ୧୭ଜଣ ମହିଳା ଅଛନ୍ତି । ମହିଳାମାନେ ନିଆଳୀ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ ବୋଲି କହିଛନ୍ତି ।

ଏଠାରେ ଭିଡିଓ ଦେଖନ୍ତୁ

ସେମାନେ ମଙ୍ଗଳବାର ଠାରୁ ଚାଲି ଚାଲି ଆସିଲେଣି । ସମସ୍ତ ଶ୍ରମିକମାନଙ୍କୁ ରାସୋଳ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ଯ ଖାଇବାକୁ ଦିଆଯାଇଛି । ସବୁଠାରୁ ବଡ଼କଥା ଯାଜପୁର ଜିଲ୍ଲା ରେଡ୍ ଜୋନ ଥିବାବେଳେ ଉକ୍ତ ବାଟରେ କଳିଙ୍ଗନଗର ଓ ଟମକା ଦୁଇ ଦୁଇଟି ଥାନା ଯାଜପୁର ଜିଲ୍ଲା ଅତିକ୍ରମ କରି କେନ୍ଦୁଝର ଜିଲ୍ଲାକୁ ଆସିଲେ କିପରି ? ରାସ୍ତା ଉପରେ ପୋଲିସ କର୍ମଚାରୀଙ୍କ ସବୁସମୟରେ ଡିୟୁଟି କଡ଼ା କଡି ଚାଲିଥିବା ବେଳେ ସେମାନଙ୍କୁ କ’ଣ ପାଇଁ ଅଟକ୍ ରଖାଗଲାନାହିଁ ? ଏଠି ପ୍ରଶ୍ନ ଉଠୁଛି ଯାଜପୁର ପ୍ରଶାସନ ଜଞ୍ଜାଳମୁକ୍ତ ହେବାପାଇଁ ଜାଣିଶୁଣି ସେମାନଙ୍କୁ ଅଟକାଇ ନଥିଲେ । ଆହୁରି ମଧ୍ଯ ବହୁ ମାତ୍ରାରେ ଶ୍ରମିକ ଉକ୍ତ ରାସ୍ତା ଦେଇ ଚାଲି ଚାଲି ଆସୁଥିବାର ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଟକ୍ ଶ୍ରମିକମାନଙ୍କୁ ଏଠାରେ ରଖାଯିବ ନା ଛାଡିଦିଆଯିବ ତାହାର ନିଷ୍ପତି ନିଆଯିବ ।

Related Post

ଦୁବାଇରେ ଶେଷହେଲା ଓଡିଶା ଇନଭେଷ୍ଟର ମିଟ : ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ରେ ଓଡିଶା ଆସିବେ ବଡ ବଡ କମ୍ପାନି :ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ହଜାର କୋଟି ଓ ସୃଷ୍ଟି ହେବ ୧୯ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ

Posted by - June 30, 2022 0
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦୁବାଇରେ ଜୁନ୍ ୨୯ ତାରିଖରେ ଶେଷ ହୋଇଛି ଓଡିଶା ଇନଭେଷ୍ଟଟର ମିଟ-୨୦୨୨ l ରାଜ୍ୟର ବିଭିନ୍ନ କ୍ଷେତ୍ରରେ…

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - November 6, 2022 0
ସମ୍ବଲପୁର :୦୫/୧୦ (ରମାକାନ୍ତ ବିଶ୍ବାଳ)ଶନିବାର ସମ୍ବଲପୁର ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ଯରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବ…

ତହସିଲରେ ମୃତବ୍ୟକ୍ତି ଆସି ଫାଇଲ କରୁଛନ୍ତି ମ୍ୟୁଟେଶନ କେଶ,କାର୍ଯ୍ୟ।ନୁଷ୍ଠାନ ଦାବି କଲେ ଜୈନ ପରିବାର

Posted by - July 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସର୍ଗିଗୁଡ଼ା ନିବାସୀ ସ୍ଵର୍ଗତ ଶ୍ରି ରାମ ଲାଲ ଜୈନଙ୍କ ନାମରେ ଦେସିଲ ଗ୍ରାମରେ ୭ ଏକର ୩୨ ଡିସିମିଲ ଜାଗା ଥିଲା। ଶ୍ରୀ…

‘ମନ୍‌କୀ ବାତ୍‌’ରେ ପୁରୀର ‘ସ୍ବଚ୍ଛାଗ୍ରାହୀ’ ରାହୁଲ୍‌ ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Posted by - March 27, 2022 0
ଭୁବନେଶ୍ବର:(ବ୍ୟୁରୋ)ତରୁଣ ମାନେ ‘ସ୍ବଚ୍ଛ ଭାତର ଅଭିଯାନ’କୁ ସଫଳ କରିଛନ୍ତି ବୋଲି ଆଜି ‘ମନ୍‌କି ବାତ୍‌’ର ୮୭ତମ ସଂସ୍କରଣରେ କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୁରୀନିବାସୀ…

ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ

Posted by - September 14, 2019 0
ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ, କେନ୍ଦୁଝର,୧୪/୯କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ହାତୀକୁଚା…

Leave a comment

Your email address will not be published.