କେନ୍ଦୁଝର :(ସୀତାରାମ ଦୀକ୍ଷିତ)ବଡ଼ବିଲ ଲକ୍ ଡାଉନ୍ ସମୟରେ ଖଣି ପ୍ରଭାବିତ ବଡ଼ବିଲ ଯୋଡା ଅଞ୍ଚଳରେ ରାଜ୍ୟର ତଥା ରାଜ୍ୟ ବାହାରର ବହୁ ଲୋକ ନିଜ ଭିଟାମାଟି ଛାଡ଼ି ଫସି ରହିଥିବା ଦେଖିବାକୁ ମିଳୁଛି ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ଅନୁମତି ରେ ନିଜ ନିଜ ଅଞ୍ଚଳରେ ଯେଉଁ ପଦାଧିକାରୀ ମାନେ ରହିଛନ୍ତି ସେମାନେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିଜ ନିଜ ଘରକୁ ଯିବାପାଇଁ ପାସ୍ ପ୍ରଦାନ କରୁଛନ୍ତି
ଏଠାରେ ଭିଡିଓ ଦେଖନ୍ତୁ
ଏହି ଅବସରରେ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ବଡ଼ବିଲ ତହସିଲଦାର ଶ୍ରୀ କ୍ଷୀରୋଦ କୁମାର ବେହେରା ନିଜେ ଲୋକମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିବା ସହ ଲୋକଙ୍କ କାଗଜପତ୍ର ଯାଞ୍ଚ କରି ଉପଯୁକ୍ତ ଲୋକଙ୍କୁ ଯିବାପାଇଁ ସ୍ୱୀକୃତି ବା ପାସ୍ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଲୋକେ ପାସ୍ ପାଇବାପାଇଁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏଠାରେ ସାମାଜିକ ଦୁରତ୍ଵକୁ ଗୁରୁତ୍ବ କଡାକଡି କରାଯାଇଛି ଏହି କାର୍ଯ୍ୟରେ ତହସିଲଦାର ତାଙ୍କର କର୍ମଚାରୀମାନଙ୍କୁ ନେଇ ସୁଚାରୁରୂପେ ତହସିଲଦାର ଭାବରେ ନିଜର ଦାୟିତ୍ଵ ସମ୍ପାଦନା କରୁଥିବା ଦେଖିବାକୁ ମିଳିଛି।