ବଡବିଲ:(ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏହି ମହାମାରୀ ସହ ସଙ୍ଘର୍ଷ ଜାରିରହିଥିବାବଳେ , ଯେମିତି ଓଡିଆ ମାନେ ବାହାର ରାଜ୍ୟରେ ଫସିରହିଛନ୍ତି ସେହିଭଳି ବାହାର ରାଜ୍ୟରୁ ମଧ୍ୟ ବହୁ ଦିନ ମଜୁରିଆ ଭାବେ କାମ କରୁଥିବା ଲୋକ ରହିଥିବା ଦେଖିବାକୁ ମିଳୁଛି। ଏହିପରିପେଖିରେ ଝାରଖଣ୍ଡ ରାଜ୍ୟର ବୋକାରୋ ଜିଲ୍ଲାର କିଛି ଲୋକ ଯେଉଁମାନେ ବଡ଼ବିଲ ଯୋଡା କୋଇଡା ଖଣି ମଣ୍ଡଳରେ ରହି କାର୍ଯ୍ୟ କରୁଥିଲେ ନିଜ ନିଜର ଘରକୁ ଫେରିଯିବା ପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ କରି ନିଜ ରାଜ୍ୟକୁ ଯିବାପାଇଁ ଆବେଦନ କରିଥିଲେ
ଏଠାରେ ଭିଡିଓ ଦେଖନ୍ତୁ
ତାଙ୍କୁ ନେବାପାଇଁ ବୋକାରୋ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବସ୍ ସହ ଦୁଇଜଣ ଅଧିକାରୀ ପଠା ଯାଇଥିଲା ସେମାନେ ଆସି ବଡ଼ବିଲ ତହସିଲ କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡବିଲ ତହସିଲଦାର ଶ୍ରୀ କ୍ଷୀରୋଦ କୁମାର ବେହେରା ଉପସ୍ଥିତ ରହି ଉକ୍ତ ୨୮ଜଣ ଲୋକଙ୍କୁ ଆସିଥିବା ଦୁଇଜଣ ପଦାଧିକାରୀ ଙ୍କୁ ହସ୍ତାନ୍ତର କରି ଶୁଭକାମନା ଜଣାଇ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା।