ଭୁବନେଶ୍ବର:କାଲିଠାରୁ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଅଫିସ ଚାଲିବ। ଏକ ତୃତୀୟାଂଶ କର୍ମଚାରୀରେ ଅଫିସ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ ଦିନରେ ଥରେ କୁଳପତିମାନଙ୍କୁ ନେଇ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।ସେ କହିଛନ୍ତି +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟମାସ ୨୦ ତାରିଖ ରେ ହେବ। ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଭିସିଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏଭଳି ସୂଚନା ପ୍ରଦାନ କରିଛନ୍ତି । ଏହାସହ କଲେଜଗୁଡିକରେ ଏକକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୧୧ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି ସୂଚନା ଦେଇଛନ୍ତି। ଏଥିସହିତ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବ।