ଭୁବନେଶ୍ବର: ଚାଷୀଙ୍କୁ ନେଇ କେମିତି ଅଧିକ ଭୋଟ ମିଳିବ ସେନେଇ ସବୁ ଦଳ ଏବେ ଅଣ୍ଟା ଭିଡିଛନ୍ତି।ବିଜେଡି ଦିଲ୍ଲୀରେ ଗର୍ଜିବା ବେଳେ ଭୁବନେଶ୍ବରେ ସମାନ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେପି । ରାଜ୍ୟର ଧାନମଣ୍ଡି ଖୋଲିବା କଟନି ଛଟନି ବାହାନାରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବା । କେନ୍ଦ୍ରସରକାର ଦେଉଥିବା ଧାନର ସହାୟକ ମୁଲ୍ୟ ୧୭୬୦ ଚାଷୀଙ୍କ ପାଖରେ ପହଁଚାଇବା ଦାବି ନେଇ ରାସ୍ତାକୁ ଓହ୍ଲାଇବ ବିଜେପି । ବିଜେପି କିଶାନ ମୋର୍ଚ୍ଚା ସଚିବାଳୟ ଘେରାଉ କରିବା ସହ ନବୀନ ନିବାସ ଘେରାଉ କରିବ। ବିଜେଡି ଏହାର ଜବାବ ରଖିଥିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେଡିକୁ ସମାଲୋଚନା କରିଛି ।
