Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

କ୍ଵାରେଣ୍ଟଇନ ଅବ୍ୟବସ୍ଥାକୁ ନେଇ ଯାଜପୁର ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ସାକ୍ଷାତ

432 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରା ପୃଥିବୀରେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣରୁ ଦୁରରେ ରହିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷୋପ ଗ୍ରହଣ କରିଛନ୍ତି. ବିଶେଷକରି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ପ୍ରଣୟନ କରାଯିବା ସହିତ ଓଡିଶାର ସମସ୍ତ ସରପଞ୍ଚମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ସେମାନେ ପଞ୍ଚାୟତ ମାନଙ୍କରେ ଥିବା ସ୍କୁଲ ଗୃହ ଗୁଡିକରେ ସଂଘରୋଧ କେନ୍ଦ୍ର ଖେଲିବା ପାଇଁ ଦାୟିତ୍ୱ ଦେଇଛନ୍ତି ।

ହେଲେ ଉକ୍ତ ସଂଘରୋଧ କେନ୍ଦ୍ର ଗୁଡିକର ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବାପରେ ଜିଲ୍ଲା କଂଗ୍ରେସର ଯାଜପୁର ବିଧାନସଭା ପାର୍ଥୀ ସନ୍ତୋଷ ନନ୍ଦଙ୍କ ଆବାହକତ୍ଵରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳକୁ ସାକ୍ଷ୍ୟାତ କରି ପ୍ରତ୍ୟେକ କ୍ଵାରେଣ୍ଟାଇନ ସେଣ୍ଟରର ଭିତ୍ତିଭୂମି ଓ ନିୟମାବଳି ଅନୁଯାୟୀ ସମସ୍ତ ଦିଗ ଉପରେ ଗୁରତ୍ତ୍ଵ ଦିଆଯାଇ କ୍ଵାରେଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ହେବା ସହିତ ଉଚ୍ଚମାନର ଖାଦ୍ୟ ପ୍ରଦାନ ଓ ସ୍ଵଛତା ଉପରେ ଗୁରତ୍ତ୍ଵ, ପ୍ରତ୍ୟକ ଅଣରେସନ କାର୍ଡଧାରିଙ୍କୁ ରେସନ ସାମଗ୍ରି ଯୋଗାଇଦେବା, ବିଭିନ୍ନ ସଂଘରୋଧ କେନ୍ଦ୍ରକୁ ଜାଞ୍ଚ କରାଯିବା ସଙ୍ଗେସଙ୍ଗେ ଦାୟିତ୍ୱରେ ଖିଲାପକାରୀ ମାନଙ୍କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଫତେପୁର ଗ୍ରାମ ପଞ୍ଚାୟତ ବରୁଣେଇ ଉଚ୍ଚବିଦ୍ୟାଳୟର ସଂଘରୋଧ କେନ୍ଦ୍ର ସଂପର୍କରେ ତଦନ୍ତ ସହିତ ପ୍ରତ୍ୟକ କଣ୍ଟେନମେଣ୍ଟ ଅଞ୍ଚଳକୁ ସାନିଟାଇଜ ଓ ଜନଗହଳି ସ୍ଥାନ,ମେଡିକାଲ ସ୍ଥାନକୁ ପ୍ରତ୍ୟକ ୨ଦିନ ଅନ୍ତରରେ ସାନିଟାଇଜ୍‌ କରିବାପାଇଁ ଦାବି ରଖିଥିଲେ

ଜିଲ୍ଲାପାଳ ସମସ୍ତ ପ୍ରକାରର ଅବବସ୍ଥାକୁ ଗୁରୁତ୍ଵର ସହିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ.ଏହି ପ୍ରତିନିଧିମାନଙ୍କ ମଧ୍ୟରୁ ଜିଲ୍ଲା କଂଗ୍ରେସର ସଭାପତି ମନୋଜ ରାଉତ ,ବରି ବିଧାନସଭା ପାର୍ଥୀ ଉମେଶ ଜେନା, ବିଂଝାରପୁର ବିଧାନସଭା ପାର୍ଥୀ ମନୋରଞ୍ଜନ ଦାସ, ଦଳିତ ସେଲ ସଭାପତି ଦୁଯୌଧନ ବେହେରା , ଜିଲ୍ଲା କାର୍ଯ୍ୟକାରୀଣି ସଭାପତି ବଳଭଦ୍ର ଦାସ, ପ୍ରମୁଖ ସାକ୍ଷାତ ଆଲୋଚନାରେ ଉପସ୍ଥିତ ଥିଲେ

Related Post

ବୌଦ୍ଧରେ ଶେଷ ହେଲା କଳାକାର ଚୟନ ପ୍ରକ୍ରିୟା

Posted by - July 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆଁ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଶାନ୍ତି ଶୃଙ୍ଖଳାର ସହିତ…

ହାଟପଦାପଡ଼ା ଭାଗବତ ମନ୍ଦିରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Posted by - April 14, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ମେ ମାସ ୧୩ ତାରିଖରେ ଅଧିବାସ, ୧୪,୧୫ ତାରିଖରେ ନାମ ଧରିବେ ଏବଂ ୧୬ ତାରିଖରେ ପୂର୍ଣାହୁତି କରିବାକୁ ଚୁଡାନ୍ତ କରାଯାଇଛି। କମିଟିର…

ସରକାରଙ୍କ ସହାୟତା ରାଶି ବାଣ୍ଟିଲେ ନବରଙ୍ଗପୁର ବିଧାୟକ

Posted by - January 11, 2022 0
ନବରଂପୁର :(ବେଣୁଗୋପାଳ ରାଓ )ସରକାର ରାସନ କାର୍ଡଧାରୀଙ୍କୁ କୋଭିଡ ସହାୟତା ବାବଦରେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିବା ବ୍ୟବସ୍ଥା କରିଛନ୍ତି l ଏହି କ୍ରମରେ  ନବରଙ୍ଗପୁର…

ଯାଜପୁରରେ ନିରଞ୍ଜନଙ୍କର ନିର୍ବାଚନୀ ପ୍ରଚାର କହିଲେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼

Posted by - January 13, 2019 0
ଯାଜପୁର: କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର କୃଷକମାନଙ୍କୁ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବ। ଶିଳ୍ପାନୁଷ୍ଠାନ ଗୁଡ଼ିକରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ କଂଗ୍ରେସ…

Leave a comment

Your email address will not be published.