ଶନିବାର ରାତିରେ ବେକରେ ଫାଶୀ ଲଗାଇ ଜଣେ ଏସିପିଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି।ମୃତ ପିଲାଟି ହେଉଛି ସ୍ପେସାଲ୍ ସ୍କ୍ଵାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷିୟ ପୁଅ।ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ଏସିପି ସଞ୍ଜୀବ ଶତପଥୀ ଭୁବନେଶ୍ୱର ସ୍ପେଶାଲ୍ ସ୍କ୍ୱାଡ୍ରେ ଅଛନ୍ତି।
କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଜଣାପଡ଼ି ନାହିଁ। ତେବେ ସେ ଅଧିକାଂଶ ସମୟରେ ମୋବାଇଲ୍ରେ ଗେମ୍ ଖେଳୁଥିଲେ ବୋଲି ସୂଚନା ମିଳିଛି। ଉଲ୍ଲେଖଥାଉ କି, ପୂର୍ବରୁ ଅନେକ ମରଣାନ୍ତକ ଅନ୍ଲାଇନ୍ ଗେମ୍ ଖେଳି ଅନେକଙ୍କ ମୃତ୍ୟୁ ଘଟିଛି। ତେବେ ସଞ୍ଜୀବଙ୍କ ପୁଅଙ୍କ ମୃତ୍ୟୁ ପଛର କାରଣ ଏହା ନା ଆଉ କିଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।
Your article has answered the question I was wondering about! I would like to write a thesis on this subject, but I would like you to give your opinion once 😀 casino online