ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀବ୍ଲକ ର କଳାମାଟିଆ ପଂଚାୟତର କାଇପଡା ଗ୍ରାମରୁ ଜଣେ , ଉଦୟନାଥପୁର ପଞ୍ଚାୟତ ର ଉଦ୍ୟନାଥପୁର ଗ୍ରମରୁ ଜଣେ ଓ ବାଇଁଶିରିଆ ପଂଚାୟତ ର ବାଲିଆ ପାଳ ରୁ ୨ ଜଣ କରୋନା ଭୁତାଣୁ ସଂକ୍ରମିତ ବ୍ୟକ୍ତି ଚିହ୍ନ ହେବା ପରେ ପ୍ରଶାସନ ତରଫରୁ ଉକ୍ତ ଅଞ୍ଚଳ ଗୁଡ଼ିକୁ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।କଳାମାଟିଆ ପଂଚାୟତର ୪ଟି ଗ୍ରାମକୁ ବରୀ ପ୍ରଶାସନ ତରଫରୁ ସିଲ କରାଯାଇଛି।
ସିଲ ହୋଇଥିବା ସ୍ଥାନ ମାନଙ୍କରେ ବରୀ ପୋଲିସ ତରଫରୁ କଡା ପ୍ରହାର ଦିଆଯାଉଛି ଏହାସହ ସେହି ଅଂଚଳରେ କୌଣସି ବ୍ୟକ୍ତି ଯେମିତି ବାହାରକୁ ଯିବା ଆସିବା ନକରନ୍ତି ପୋଲିସ କଡା ନଜର ରଖିଛି।ସେହିପରି ଉଦୟନାଥପୁର ଗ୍ରାମ ରେ ମଧ୍ୟ ସିଲହେବା ସହ ପୋଲିସ ର କଡା ନଜର ରହିଛି ଓ ବାଇଁଶିରିଆ ପଂଚାୟତ ର ବାଲିଆପାଳ, ବାଲିକାନ୍ଥିଆ,ବାଇଁଶିରିଆ, ମହମଦପୁର ଓ ଚୂଡ଼ାକଳ ଛକ କୁ ସଯୋଗୀକରଣ ରାସ୍ତା ମଧ୍ୟ ସିଲ ହୋଇଛି।ଅଧିକା ସଂକ୍ରମଣ ରୋକିବା କ୍ଷେତ୍ରରେ ଏହି ଅଂଚଳ ଗୁଡିକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ବରୀ ତହସିଲଦାର ସରୋଜକାନ୍ତ ନାୟକ,ବରୀ ଥାନାଅଧିକାରୀ ମାର୍କଣ୍ଡ ମିଶ୍ର ଓ ବରୀବ୍ଲକର ଭାରପ୍ରାପ୍ତ ବିଡ଼ିଓ ଶାଶ୍ୱତ ଜେନା ପୃଥକ ପୃଥକ ଭାବେ ଟିମ ଗଠନ କରି ସମ୍ପୃକ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଥିବା ଦେଖିବାକୁ ମିଳିଛି।ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପ୍ରଶାସନିକ ସ୍ତରରେ କଣ୍ଟେନମେଣ୍ଟ ଜୋନ ଗୁଡିକୁ ବିଶୋଧନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଉକ୍ତ ଅଂଚଳର ଲୋକମାନଙ୍କ ପାଇଁ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ପ୍ରଶାସନ ସହଯୋଗ ରେ ଯୋଗାଇ ଦିଆଯିବ ବୋଲି ବରୀ ତହସିଲଦାର ସରୋଜକାନ୍ତ ନାୟକ କହିଛନ୍ତି ।
It is also recommended for reduction of tumor recurrence 1 2 and is currently being considered as a preventive therapy in women with a familial risk of breast cancer best price cialis 20mg
cialis tadalafil The clinical presentation of syphilis can manifest in many different ways, and can mimic other diagnoses such as pityriasis rosea