ଭୁବନେଶ୍ବର :ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆଜି ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛନ୍ତି।ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁସାରେ ସୋମବାର ୪ ତାରିଖ ଠାରୁ ଲକଡାଉନ କଟକଣା ସହ କଣ୍ଟେନମେଣ୍ଟ ଜୋନ୍, ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ପାଇଁ ଅଲଗା ଅଲଗା ନିୟମ କରାଯାଇଛି।ରେଡ୍ ଜୋନ୍ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଭୁବନେଶ୍ୱର ପୌର ନିଗମ କୁ ସାମିଲ କରାଯାଇଛି ।
ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର । ତେବେ ଅରେଞ୍ଜ ଜୋନ୍ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି।ରେଡ୍ ଜୋନ ପାଇଁ କଟକଣା ଗୁଡିକ ହେଲା, ସେଲୁନ, ସ୍ପା ଖୋଲିବା ମନା। ଓଲା ଓ ଓବେରରେ କେବଳ ମେଡିକାଲ ଯାଇ ପାରିବେ। ଗ୍ରାମାଞ୍ଚଳରେ ନିର୍ମାଣ ଓ ଶିଳ୍ପ କାମ ଚାଲିବ। ସହରାଞ୍ଚଳରେ କେବଳ ସ୍ଥାନୀୟ ଶ୍ରମିକ କାମ କରିବେ। ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ପ୍ରାଇଭେଟ ଅଫିସ୍। ଜିଲ୍ଲା ଭିତରୁ ଜିଲ୍ଲା ବାହାରକୁ ଚଳାଚଳ କରି ପାରିବ ନାହିଁ ବସ୍।
ଅରେଞ୍ଜ ଜୋନ ରେ ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ହେବ ,ଟାକ୍ସି,କ୍ୟାବ୍ ଚାଲିପାରିବ (ଜଣେ ଡ୍ରାଇଭର୍ ଓ ୨ ଜଣ ଯାତ୍ରୀ), ଗ୍ରାମାଞ୍ଚଳରେ ମଲ୍ ଛଡା ସବୁ ଦୋକାନ ଖୋଲିଯାଇ ପାରିବ,ଜିଲ୍ଲା ଭିତରେ ଯାତାୟାତ କରିପାରିବେ,ବାହାର ଜିଲ୍ଲାରୁ ଆସିଲେ ଅନୁମତି ଆବଶ୍ୟକ ହେବ ଏବଂ ସେଲୁନ ସ୍ପା ଖୋଲିବ।
ଗ୍ରୀନ ଜୋନ ରେ ବିମାନ, ରେଳ, ଆନ୍ତରାଜ୍ୟ ବସ ଚଳାଚଳ ଉପରେ କଟକଣା ଥିବା ବେଳେ ସ୍କୁଲ, କଲେଜ, ହୋଟେଲ, ସିନେମା ହଲ, ମଲ, ଜିମ୍ ବନ୍ଦ ରହିବ,ସେଲୁନ ସ୍ପା ଖୋଲିବ
ଅନୁମତି ବିନା ଗାଡି ଓ ବ୍ୟକ୍ତିବିଶେଷ ଯାତାୟାତ କରିପାରିବେ।