ପୁରୀ:(ସମୀର ରଞ୍ଜନ ନାୟକ)କରୋନା ଭୟ ଭିତରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଆକ୍ରମଣର ଶୀକାର ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣ ଆଉ କେହି କରୁନାହାନ୍ତି , ବରଂ ଦୁଇଜଣ ଫରେଷ୍ଟଗାର୍ଡଏହି ଆକ୍ରମଣ କରିଛନ୍ତି ।ଘଟଣା ଟି ଘଟିଛି ପୁରୀ ଜିଲ୍ଲା ଅନ୍ତର୍ଗତ ବାଲିହରଚଣ୍ଡୀ ବାଲୁଖଣ୍ଡାୟ ଅଭାୟରଣ୍ୟ ରେ । ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଜି କଳିଙ୍ଗର କ୍ୟାମେରାମ୍ୟାନ ଚିତରଞ୍ଜନ ଖୁଂଟିଆଙ୍କୁ ଆକ୍ରମଣ ହୋଇଛି ।ନେଚରକ୍ୟାମ୍ପର ଦୁଇ ପରେଷ୍ଟଗାର୍ଡ ଏହି ଆକ୍ରମଣ କରିଛନ୍ତି । ଏହି ସମୟରେ କନକ ନ୍ୟୁଜର ସାମ୍ବାଦିକ ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବାବେଳେ ତାଙ୍କୁ ମଧ୍ୟ ପେଲାଠେଲା କରାଯାଇଛି ।
ନେଚରକ୍ୟାମ୍ପ ଭିତରେ ମଦ ବୋତଲ ଥୁଆ ହୋଇଥିବାର ଦୃଶ୍ୟ କାଳେ କ୍ୟାମେରାରେ ଉଠାଯାଇଛି ବୋଲି ସନ୍ଦେହ କରି ଦୁଇ ଫରେଷ୍ଟଗାର୍ଡ ଏହି ଅଚାନକ ଆକ୍ରମଣ କରିଥିଲେ । ସୂଚନା ଅନୁଯାଇ ଫନି ମହାବାତ୍ୟା ର ବର୍ଷ ପୂରିବା ପରେ ଏହି ସାମ୍ବାଦିକ ମାନେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ କୁ ଏହା ଉପରେ ଏକ ଖବର ସଂଗ୍ରହ କରିବାକୁ ଯାଇଥିଲେ । ଗତ ବର୍ଷ ଠିକ ଏହି ଦିନ ରେ ଫଣୀ ବାତ୍ୟା ପୁରୀ ର ଏହି ସ୍ଥାନ ରେ ବହୁ କ୍ଷୟ କ୍ଷତି କରିଥିଲା।ମାତ୍ର ସେଠାକାର ଫରେଷ୍ଟ ଗର୍ଦ ଙ୍କ ଅତର୍କିତ ଆକ୍ରମଣ ର ଶିକାର ହୋଇଥିଲେ ଏହି ସାମ୍ବାଦିକ ମାନେ । ଆପଣ ମାନଙ୍କୁ କହି ରଖୁଛୁ ଆଜି ହେଉଛି ଆନ୍ତର୍ଜାତୀୟ ପ୍ରେସ ଫ୍ରିଡମ ଡେ। ଏହିପରି ଦିନରେ ସାମ୍ବାଦିକ ମାନଙ୍କ ଉପରେ ଅତ୍ୟାଚାର କୁ ସବୁ ବର୍ଗ ରେ ଘୋର ନିନ୍ଦା କରାଯାଇଛି ।