ଭୁବନେଶ୍ବର :ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୧୬ ଜଣ ଲୋକ ଗଞ୍ଜାମରେ ପହଞ୍ଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଭିତରୁ ୧୫୦ଜଣଙ୍କୁ ବେଗୁନିଆପଡ଼ା ବ୍ଲକର ଆଦର୍ଶ ବିଦ୍ୟାଳୟରେ ଓ ଜନତା ନୋଡାଲ ମାଧ୍ୟମିକ ସ୍କୁଲରେ ୫୬ଜଣଙ୍କୁ ସଂଗରୋଧରେ ରଖାଯାଇଥିଲା ।ତେବେ କ୍ୱାରେଣ୍ଟିନ୍ ସେଣ୍ଟରରୁ ସୁରତ ଫେରନ୍ତା ଶ୍ରମିକମାନେ ପଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି।ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ସଙ୍ଗରୋଧ ଗୃହରେ ଗତକାଲି ବିଳମ୍ବିତ ରାତିରେ ସୁରତ ଫେରନ୍ତାଙ୍କୁ ରଖାଯାଇଥିଲା।ଠିକରେ ଖାଇବା,ପିଇବା ଦିଆଯାଉ ନଥିବା ଅଭିଯୋଗ କରି ସ୍କୁଲ ଫାଟକ ଭାଙ୍ଗି ସେମାନେ ଫେରାର ହୋଇଯାଇଛନ୍ତି ।
ସେମାନ ଙ୍କୁ ରାସ୍ତାରେ ଯାଉଥିବା ଦେଖି ଲୋକ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ପୁଲିସ କିଛି ଲୋକଙ୍କୁ ଫେରାଇ ଆଣି ପୁଣି ଥରେ ସେହି କ୍ୱାରେଣ୍ଟିନ୍ ସେଣ୍ଟର କୁ ନେଇ ଯାଇଥିଲେ । ଏହାପରେ ଆଜି ପ୍ରଶାସନ ତରଫରୁ ଏକ ଏସ୍ଓପି ଜାରି କରାଯାଇଛି। ପଞ୍ଚାୟତ ଓ ନଗରାଞ୍ଚଳରେ ଥିବା କ୍ବାରେଣ୍ଟିନ୍ ସେଣ୍ଟର୍ ଭିତ୍ତିଭୂମିର ଉନ୍ନତି କରାଯାଇଛି।ରାଜ୍ୟ କୁ ଆସିବା ପରେ କ୍ବାରେଣ୍ଟିନ୍ ନିୟମ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି।ଏଥିପାଇଁ ସମସ୍ତ ଜିଲ୍ଲାପାଳ ଏବଂ ପଞ୍ଚାଯତ ର ସରପଞ୍ଚ ମାନଙ୍କୁ ଏକ ନିର୍ଦେଶବଳୀ ଜାରି କରିଚାନ୍ତି ।
କ୍ୱାରେଣ୍ଟିନ ନିୟମ ନ ମାନିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୂର ଜିଲ୍ଲାରେ ଥିବା କ୍ୱାରେଣ୍ଟିନ ସେଣ୍ଟରରେ ରଖାଯିବ। ଏହାସହ କ୍ୱାରେଣ୍ଟିନ ଅବଧି ବୃଦ୍ଧି କରାଯିବ।ତଥ୍ୟ ନ ଦେଇ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ପାସ୍ ନନେଇ ଆସିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ ନାହିଁ। ଭିଡ଼ ଥିବା ବସ୍ରେ ଆସିଲେ ରାଜ୍ୟକୁ ପ୍ରବେଶ ମିଳିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।ଏହି ନିୟମ ଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶବଳୀ ରେ ଦିଅ ଯାଇଛି।