ପ୍ରେମର ପରିଣତି,ଯୁବତୀଙ୍କୁ ଭିଡିଓ କଲ କରି ଯୁବକଙ୍କ ଆତ୍ମହତ୍ୟା.

362 0

ନାଲକୋନଗର:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା କୋଲାଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ବେଳେ ଯୁବକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ କରିଥିବା ମଧ୍ୟ ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ବେଡା ଗ୍ରାମର ବଳିଆ ସାହୁ (୨୬) କିଛି ବର୍ଷ ହେବ କୁଲାଡ଼ ହନୁମାନ ସମ୍ମୁଖରେ ଥିବା ଏକ ଭଡ଼ା ଘରେ ରହି ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ । ଆଜି(ଗୁରୁବାର) ସକାଳେ ପାଖରେ ରହୁଥିବା ସାଥୀଙ୍କୁ ଫୋନରେ କଥା ହେଉଛି ବୋଲି ଘର ବାହାରକୁ ଯିବାକୁ କହିଥିଲେ ।

ହେଲେ କିଛି ସମୟ ପରେ ତାଙ୍କ ସହ ରହୁଥିବା ଅନ୍ୟ ସାଥିମାନେ ଆସି ଘରର କବାଟ ବାଡେଇଥିଲେ ମଧ୍ୟ କବାଟ ନ ଖୋଲିବାରୁ ଝରକା ଦେଇ ଦେଖିବା ବେଳେ ବଳିଆ ସିଲିଙ୍ଗ ଫ୍ୟାନ ହୁକ ସାହାଯ୍ୟରେ ଗାମୁଛା ଲଗାଇ  ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ନାଲକୋନଗର ଥାନାରେ ଖବର ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ଯୁବକ ଜଣକ ନିଜ ଫୋନରେ ଭିଡିଓ କଲାଭଳି ଫୋନଟିକୁ ଟେବୁଲ ଉପରେ ରଖି ଆତ୍ମହତ୍ୟା କରିଥିବା ଦେଖା ଯାଇଥିଲା ।

ପରେ ତଦନ୍ତ ବେଳେ ଯୁବକ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ତାଙ୍କ ପ୍ରେମିକ ସହ ଚାଟିଙ୍ଗ ଓ ପରେ ଭିଡିଓ କଲ କରିଥିବା ଜଣା ପଡିଛି । ତେବେ ପ୍ରେମରେ କୌଣସି ପ୍ରକାର ବିଫଳତାକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ ଆକରା ଯାଉଛି । ପୋଲିସ ଏକ ଅପମୃତ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି ।

Related Post

ଖପ୍ରାଖୋଲ ପୋଲିସ କୁ ବଡ଼ ସଫଳତା , ଓ.ଏ.ଭି ସ୍କୁଲ ନିକଟ ଲୁଟ ଘଟଣାର ପର୍ଦାଫାସ

Posted by - August 8, 2022 0
ଖପ୍ରାଖୋଲ: ୭/୮(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଓ ଏ ଭି ସ୍କୁଲ ଘଟଣା ର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ…

ପାରିବାରିକ କଳହର କରୁଣ ପରିଣତି , ସ୍ୱାମୀ ଦ୍ୱାରା ହତ୍ୟା ହେଲା ସ୍ତ୍ରୀ

Posted by - June 30, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ପାରିବାରିକ କଳହ ର କରୁଣ ପରିଣତି ସ୍ୱାମୀ ନେଲା ସ୍ତ୍ରୀ ର ଜୀବନ । ନବରଙ୍ଗପୁର ଜିଲ୍ଲା ରୁ ଆସିଛି ଏଭଳି ଏକ ଅଭାବନୀୟ…

ଦିନ ଦ୍ବିପହରରେ ଡିକି ଭାଙ୍ଗି ଟଙ୍କା ଲୁଟ

Posted by - December 28, 2022 0
ଧର୍ମଗଡ଼:୨୮/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଧର୍ମଗଡ଼ ଚାରି ଛକ ଆଲିଶାନ ହୋଟେଲ ସାମନାରେ ଠାରେ ଡିକି…

Leave a comment

Your email address will not be published.