ବରୀ: :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ର ଆଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ବ୍ଲକ ର ପ୍ରଶାସନିକ କାର୍ଯ୍ୟଳୟ ଯଥା ବରୀ ବ୍ଲକ , ବରୀ ତହସିଲ ଅଫିସ ,ବରୀ ପୋଷ୍ଟ ଅଫିସ ଵରୀଥାନା, ବରୀ ଶିଶୁ ବିକାଶ କାର୍ଯ୍ୟାଳୟ ଆଦି ସରକାରୀ ଅଫିସ ମାନଙ୍କରେ ସାନିଟାଇଜର ବଣ୍ଟନ କରାଯାଇଥିଲା ।
ଚାଳଘର ସାହିତ୍ୟ ସଂସଦର ସଭାପତି-ବିରଜା ପ୍ରସାଦ ପରିଡା ଓ ସମ୍ପାଦକ ପ୍ରତାପ କୁମାର ଦାସ ଙ୍କ ଉପସ୍ଥିତି ରେ ବରିଷ୍ଟ ସଦସ୍ୟ ନିର୍ମଳ ଚନ୍ଦ୍ର ଜେନା, ଅଶୋକ କୁମାର ଦାସ,ରାଜ କିଶୋର ସାମଲ, ପ୍ରମୋଦ କୁମାର ଦାସ ଓ କୋଷାଧ୍ୟକ୍ଷ ଅଜୟ କୁମାର ରଥ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ଉପସ୍ଥିତ ସାଧାରଣ ଲୋକଙ୍କୁ ବୁଝିଇ ଥିଲେ ।ସୂଚନାଯୋଗ୍ୟ ଏହି ସଂସଦ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଦିଆଯାଇଛି ବୋଲି ଜଣାପଡିଛି ।