ବଜ୍ରାଘାତରେ ବୃଦ୍ଧ ସମେତ ୮ବଳଦ ୧ ଗାଈ ମୃତ

447 21

କେନ୍ଦୁଝର :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଗୈ।ଣିଘଷା ଗ୍ରାମର ସକଳ ଦେହୁରୀ(୬୫) ଗୋରୁ ଚରାଇବାକୁ ନେଉଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ ଘଟିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ସମୟରେ ସକଳ ନିଜର ଗୋରୁ ଗୁଡିକୁ ଚରାଇବା ପାଇଁ ନେଇଥିଲେ । ଚରାଇବା ସମୟରେ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ମାରିଥିଲା । ବର୍ଷା ବିଜୁଳି ମାରିବା ଦେଖି ସେ ଘରକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଏକ ଗାଡି ଯୋଗେ ଆଣି ହରିଚନ୍ଦନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଚଳାଇଛି ।

ଅନ୍ୟ ଏକ ଘଟନା ରେ କାଳ ବୈଶାଖୀ ବଜ୍ରାଘାତରେ ଆଜି ୮ଟି ବଳଦ ସହ ୧ଟି ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରାଘାତ ହୋଇଥିଲା । ଉକ୍ତ ବଜ୍ରାଘାତରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିନନ୍ଦା ଗ୍ରାମ ପଞ୍ଚାୟତର ମସିଣାଯୋଡ଼ି ଗ୍ରାମ ଜୁଆଙ୍ଗ ସାହିରେ ଏହି ଦୁଃଖଦ ଘଟଣା ଘଟିଛି । ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ ୧ଟି ଗାଈ, ଭୋଳାନାଥ ଜୁଆଙ୍ଗଙ୍କ ୩ଟି ବଳଦ, ମକୁରୁ ଜୁଆଙ୍ଗଙ୍କ ୧ଟି ବଳଦ, ରଞ୍ଜନ ଜୁଆଙ୍ଗ ୨ଟି ବଳଦ, ଭକ୍ତବନ୍ଧୁ ଜୁଆଙ୍ଗଙ୍କ ୨ଟି ବଳଦର ମୃତ୍ୟୁ ଘଟିଛି ।

Related Post

ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ

Posted by - June 4, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ…

ଅବସର କାଳିନ ବିଦାୟୀ ସମ୍ବଦ୍ଧନା

Posted by - June 30, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ))ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଂଜକଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦେବରାଜ ସାହୁ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ସମ୍ବଲପୁର ବିକାଶ କନସେଫ୍ଟ ସ୍କୁଲର ସଫଳତା

Posted by - July 23, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିକାଶ କନସେପ୍ଟ ସ୍କୁଲରେ ସିବିଏସସି ଛାତ୍ରଛାତ୍ରୀ ଙ୍କ ବିପୁଳ ସଫଲତା । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ସିବିଏସସି…

ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ର ମୃତ୍ୟୁ

Posted by - July 11, 2019 0
ଯାଜପୁରରେ ଅଘଟଣ । ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିଂଝାରପୁର ଥାନା ହଳଦୀଢିହ ପଂଚାୟତ ଫଳପୁର ଗାଁରେ…

ଅନଲାଇନ ଶିକ୍ଷା କୁ ବନ୍ଦ କରି ସ୍କୁଲ, କଲେଜ ଖୋଲିବା ପାଇଁ ଅଖିଳ ଭାରତ ଛାତ୍ରର ବିକ୍ଷୋଭ

Posted by - August 17, 2021 0
ହରଭଙ୍ଗା:(ବୌଦ୍ଧ )ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସମ୍ପୁଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ…

There are 21 comments

  1. stromectol coupon Both IR О”per and IR О”wb mice displayed a significant reduction of WAT mass, which was expected to a certain degree due to the loss of inhibition of lipolysis by insulin, owing to the cell autonomous action of insulin on adipocytes and consistent with a reduction of fat mass in fat specific IR knockout mice 9

Leave a comment

Your email address will not be published.