ଭୁବନେଶ୍ବର :ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢ଼ିଲା। ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍ଡାଉନ୍ କାର୍ଯ୍ୟକାରୀ ହେବ।ତେବେ, ମେ ୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ କାଳରେ ସରକାର ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଜିଲ୍ଲାଗୁଡ଼ିକୁ ରେଡ୍ (ନାଲି), ଅରେଞ୍ଜ (କମଳା) ଓ ଗ୍ରିନ୍ (ସବୁଜ) ଜୋନ୍ ଜିଲ୍ଲା ରୂପେ ଚିହ୍ନଟ କରିବା ସହ ଭିନ୍ନ ଭିନ୍ନ ଜୋନ୍ର ଜିଲ୍ଲଗୁଡ଼ିକ ପାଇଁ ଭିନ୍ନ ଭିନ୍ନ କଟକଣା ଜାରି ରହିଛନ୍ତି। ଏହିକ୍ରମରେ ଦେଶର ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍ ମଧ୍ୟରେ ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶାର ୬ଟି ଜିଲ୍ଳା ରହିଛି।ଗ୍ରୀନ ଓ ଅରେଞ୍ଜ ଜୋନରେ ଲକଡାଉନକୁ କୋହଳ କରାଯାଇଥିବା ବେଳେ ରେଡ୍ ଜୋନକୁ କିନ୍ତୁ କିଛି ରିହାତି ନାହିଁ । ଅର୍ଥାତ ରେଡଜୋନ୍ ଘୋଷିତ ଅଞ୍ଚଳରେ ପୂର୍ବପରି ଲକଡାଉନକୁ କଡାକଡି ଭାବେ ପାଳନ କରାଯିବ ।:
କିନ୍ତୁ ସମସ୍ତ ତିନୋଟି ଜୋନରେ ଜିମ୍, ପାର୍ଲର, ହୋଟେଲ, ମାର୍କେଟ୍ କମ୍ପ୍ଲେକ୍ସ ଏବଂ ମଲ୍ ଆଦି ବନ୍ଦ ରହିବ । ଏହାସହ ଧାର୍ମିକ ସଭା, ସାମୁହିକ କାର୍ଯ୍ୟକ୍ରମ, ଜନସଭା ବନ୍ଦ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ଦେବାଳୟରେ ପୂର୍ବଭଳି ଲାଗୁ ରହିବ ଲକଡାଉନ୍ ନିୟମ ।ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକରେ ଏବେ ଲକଡାଉନକୁ କୋହଳ କରାଯିବ । ଏଠାରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଥିଲେ ହେଁ ବିମାନ ଯାତ୍ରା, ଟ୍ରେନ, ମେଟ୍ରୋ ସେବା ପୂର୍ବପରି ବନ୍ଦ ରହିବ। କୌଣସି ପ୍ରକାରର ମଲ୍ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଜିଲ୍ଲାଗୁଡିକରେ ଫ୍ୟାକ୍ଟ୍ରି, ଦୋକାନ, ଛୋଟ-ଛୋଟ ଉଦ୍ୟୋଗ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତ ସହିତ ପୂରା ଖୋଲିବାକୁ ଅନୁମତି ଦିଆଯାଇଛି। ମାତ୍ର ସ୍କୁଲ, କଲେଜ, ହୋଟେଲ୍, ରେସ୍ତୋରାଁ ବନ୍ଦ କହିବ