ପୁରୀ: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ। କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ମହାରଥୀ ରବିବାର ଇସ୍ତଫା ଦେଇଥିବା ସୂଚନା ରହିଛି। ପିପିଲି ପୀଡ଼ିତା ପ୍ରଂସଗରେ ବିବାଦୀୟ ମନ୍ତବ୍ୟ ଦେବା ମହାରଥୀଙ୍କୁ ମହଙ୍ଗା ପଡ଼ିଛି। ପିପିଲି ମାମଲା ନେଇ କୋର୍ଟରୁ ରାୟ ଆସିବା ପରେ ମହାରଥୀ ତାତ୍ସଲ୍ୟ କରିଥିଲେ। ସେ ତାତ୍ସଲ୍ୟ କରି କହିଥିଲେ କି ‘ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।’ପୀଡିତାଙ୍କ ପରିବାରରେ ମହାରଥୀଙ୍କ ବିରୋଧରେ ରହିଛି ଅନେକ ଆକ୍ରୋଶ | ପିପିଲି ପ୍ରସଙ୍ଗରେ ମହାରଥୀଙ୍କ ବିରୋଧରେ ସମର୍ଥକଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଥିଲା | ପରବର୍ତ୍ତୀ ସମୟରେ ମନ୍ତ୍ରୀଙ୍କ ପୃଷ୍ଠପୋଷକତାକୁ ନେଇ ଅଭିଯୋଗ ଆସିଥିଲା | ଏହାପରେ କୋର୍ଟର ରାୟ ପରେ ମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ‘ସତ୍ୟର ଜୟ ହେଲା, | ପୀଡିତାଙ୍କ ମା କହିଛନ୍ତି ଯେ, ତାଙ୍କ ଝିଅର ଆତ୍ମା ଶାନ୍ତିରେ ନାହିଁ | ସେ କହିଛନ୍ତି ଯେ, ମହାରଥୀ ଇସ୍ତଫା ଦେଇଦେଲେ କଣ ତାଙ୍କ ଝିଅ ନ୍ୟାୟ ପାଇବ | ସେ ଦାବି କରିଛନ୍ତି, ଅଭିଯୁକ୍ତକୁ ଫାଶୀ ଭଳି କଠୋର ଦଣ୍ଡ ମିଳିଲେ ଯାଇ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ । ଇସ୍ତଫା ଦେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଇସ୍ତଫା ପଛର କାରଣ ପ୍ରକାଶ କରିଛନ୍ତି। ତାଙ୍କୁ ଇସ୍ତଫା ଦେବା ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ବାଧ୍ୟ କରିନାହାନ୍ତି ବରଂ ସେ ନିଜ ଇଚ୍ଛା ମୁତାବକ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି। ସାାମ୍ବାଦିମାନଙ୍କୁ ପ୍ରଦୀପ ଜଣାଇଛନ୍ତି ଯେ ‘ କାହାରି ଚାପରେ ନୁହେଁ ମୁଁ ନିଜ ଆଡୁ ଇସ୍ତଫା ଦେଇଛି। ମୁଁ ବିଜେଡିର ଜଣେ ସଚ୍ଚୋଟ କର୍ମୀ। ଦଳ ଓ ନବୀନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମୋ ପାଇଁ ଦଳ ଉପରେ କୌଣସି ଚାପ ନପଡୁ ସେଥିପାଇଁ ମୁଁ ଏପରି ନିଷ୍ପତ୍ତି ନେଇଛି।’

ମହାରଥୀ ଇସ୍ତଫା ଦେଲେ କଣ ହେବ ? ଅଭିଯୁକ୍ତଙ୍କୁ ଫାଶୀ ମିଳିବା ଦର୍କାର: ବାପା
Facebook Notice for EU!
You need to login to view and post FB Comments!