ଭୁବନେଶ୍ବର :ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ କୋରୋନା କବଳ ରୁ ଲୋକ ମାନେ କିପରି ବର୍ତିବେ ଶେଥି ପାଇଁ ଯାଜପୁର ଜିଲପାଳ ସବୁ ପନ୍ଥା ଆପଣାଇ ସାରିଲେଣି ।
ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରିବା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଏକ ଅଭିନବ ଉପାୟରେ ଅବଲମ୍ବନ କରିଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ଅଭିନୟ ମାଧ୍ୟମରେ ବୁଝାଉଛନ୍ତି ।
ଏଥିରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ,ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ହରି ହର ସ୍ୱାଇଁ ,ପୋଲିସ ପ୍ରଶାସନିକ ଅଧିକାରୀମାନେ ଅଭିନୟ କରିଛନ୍ତି। ଯାହାକୁ ଚଳଚ୍ଚିତ୍ର ନିର୍ଦେଶକ ରାଜୀବ ମହାନ୍ତି ନିର୍ଦେଶନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ର ଅଭିନବ ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି। ଏହି ଭିଡିଓ ଟି ଅତିଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।