Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀର ଅନୁପାଳନ କର : ଜିଲ୍ଲାପାଳ

481 0

ଯାଜପୁର: ଶିଳ୍ପସଂସ୍ଥା ମାନଙ୍କରେ ସାମାଜିକ ଦୂରତା ସହ ସରକାରୀ ନିୟମାବଳୀକୁ ଅନୁପାଳନ କରି ଉତ୍ପାଦନ ଚାଲୁ କରିବାକୁ ସରକାର ନିର୍ଦ୍ଧେଶାନାମା ଜାରି କରିଛନ୍ତି । ତେଣୁ ସମସ୍ତ ଶିଳ୍ପାନୁଷ୍ଠାନ ନିୟମାବଳୀକୁ ନିଷ୍ଠାର ସହ ପାଳନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଛନ୍ତି । ସୋମବାର ପୂର୍ବାହ୍ନରେ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ସରକାରୀ ନିର୍ଦ୍ଧେଶ ଅନୁସାରେ କରୋନା ପ୍ରତିହତ ସହ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ବା ଏସ୍‌.ଓ.ପି କୁ ପ୍ରତ୍ୟେକ ମାନିବା ଓ ଅଂଶୁଘାତରୁ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ଏହି ପ୍ରକ୍ରିୟାରେ ଜଡି଼ତ ଶ୍ରମିକ, ଟେକ୍ସିସିଆନ, ସୁପର ଭାଇଜର ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯିବ । କାର୍ଯ୍ୟକ୍ଷେତ୍ରରେ ଓ ବାହାରେ ବୁଲିବାବେଳେ ମାକ୍ସ ଲଗାଇବା ଅପରିହାର୍ଯ୍ୟ । ଶ୍ରମିକ ବା କର୍ମଚାରୀଙ୍କୁ ନେବା ଆଣିବା କରୁଥିବା ଯାନଗୁଡି଼କରେ ବହନ କ୍ଷମତାର ଶତକଡ଼ା ୩୦ ବା ୪୦ ଭାଗ ଲୋକଙ୍କୁ ନେବା ଆଣିବା କରିବେ, କାର୍ଯ୍ୟ କ୍ଷେତ୍ରରେ ଶ୍ରମ ଶିବିରର ବ୍ୟବସ୍ଥା କରାଯାଇ ଖାଇବା, ବସିବା ଶୋଇବା ଇତ୍ୟାଦି ସାମାଜିକ ଦୂରତା ଆଧାରରେ ହେବ, କାର୍ଯ୍ୟକ୍ଷେତ୍ରରେ ରହଣି କ୍ଷେତ୍ରରେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଭାବେ ସାବୁନରେ ହାତ ଧୋଇବାର ବ୍ୟବସ୍ଥା କରାଯିବ, କର୍ମଚାରୀ ଓ ଶ୍ରମିକମାନଙ୍କୁ କରୋନା ସଚେତନତା ପାଇଁ କଣ କରିବା ଓ ନ କରିବା ସଂପର୍କରେ ହୋଡିଂ ପୋଷ୍ଟର, ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯିବ ।

୬୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଦିଆଯିବ ନାହିଁ । କୌଣସି ଅସୁସ୍ଥ, ଥଣ୍ଡା କାଶ, ଛିଙ୍କର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ । ଏଭଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରିବେ ଓ ଏହି ବ୍ୟକ୍ତି ମାନଙ୍କର ସୂଚନା ତୁରନ୍ତ ସରକାରୀ ଅନୁଷ୍ଠାନକୁ ପ୍ରଦାନ କରାଯିବ, କାର୍ଯର୍୍ୟସ୍ଥଳରେ ଗୁଟଖା, ତମାଖୁ ଇତ୍ୟାଦି ସେବନ ଓ ଛେପ ପକାଇବା ନିଷେଧ ଅଟେ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏହାକୁ ସମସ୍ତେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକର ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଏସ୍‌.ପି ରାଜ କିଶୋର ଦୋରା ଓ ବିଭିନ୍ନ ଶିଳ୍ପ ସଂସାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Related Post

ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ

Posted by - September 22, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ ହୋଇଯାଇଚି ।ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଏହି ବୈଠକ…

ଆର୍ଥିକ ସମୃଦ୍ଧି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମହିଳା ଚାଷୀ ହାଟର ଶୁଭାରମ୍ଭ

Posted by - July 1, 2020 492
ଯାଜପୁର ଅଫିସ, ତା ୧ା୭ : ଯାଜପୁର ଜିଲ୍ଳ୍‌ାର ରସୁଲପୁର ବ୍ଳ୍‌କ ସ୍ଥିତ ବାରବାଟୀ ଠାରେ ମହିଳା ମାନଙ୍କ ଦ୍ୱାରା ସାମଗ୍ରୀ ବିକ୍ରୟ ପାଇଁ ଏକ ମହିଳା…

ଅଲଗ। କୋଶଲ ରାଜ୍ୟ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କୋଶଲ କମିଟି ଓ ଗରିବ ସେନା

Posted by - September 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ବୁଧୁବାର ସକାଳ ୬ ଟ।ରୁ ସନ୍ଧ୍ୟା ୬ ଯାଏଁ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ…

ସୁବର୍ଣ୍ଣପୁରରେ ବୃହତ୍ ଆଇନ୍ ସଚେତନତା ଶିବିର

Posted by - November 8, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ) ତୃଣମୂଳ ସ୍ତରରେ ସମସ୍ତଙ୍କୁ ଆଇନ୍ ଗତ ସୁବିଧା ଯୋଗାଣ କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ବୃହତ୍…

Leave a comment

Your email address will not be published.