କେନ୍ଦୁଝର କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ, ବଡ଼ବିଲ ପ୍ରେସ କ୍ଲବର ନିନ୍ଦା

361 0

ବଡ଼ବିଲ:(ସୀତାରାମ ଦିକ୍ଷୀତ) ସମ୍ବାଦ ଦୈନିକ ଖବର କାଗଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ ତାଙ୍କ ରୋଗାଗ୍ରସ୍ଥ ପୁଅକୁ ପ୍ରଶାସନର ଅନୁମତି ଥିବା କାର ଯୋଗେ ଡାକ୍ତରଖାନା ଅଭିମୁଖେ ଯାଉଥିଲେ । ଡାକ୍ତରଖାନା ଛକରେ ଥିବା କର୍ତବ୍ୟରତ ପୋଲିସ କର୍ମଚାରୀ ଶ୍ରୀସ୍ବାଇଁଙ୍କ ଗାଡି ସହ ଅନୁମତି ପତ୍ର ଯାଞ୍ଚ କରିଥିଲେ । ଅନୁମତି ପତ୍ର ଯାଞ୍ଚ ପରେ ମଧ୍ୟ ପୁଲିସ ଅଧିକାରୀ ଜଣଙ୍କ ଶ୍ରୀସ୍ଵାଇଁଙ୍କୁ ଦୁର୍ବବ୍ୟବହାର କରିବା ସହ ଅସଭ୍ୟ ଭାଷାରେ କି ସାମ୍ବାଦିକ ବୋଲି କହିଥିଲେ । ଏଥିସହ ପୋଲିସ ବାବୁ ଜଣଙ୍କ ଧରିଥିବା ବାଡ଼ିରେ ତାଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି ।

କରୋନା ସମୟରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ବ୍ୟବହାରକୁ ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ବରେ ବଡ଼ବିଲ ପ୍ରେସ କ୍ଲବ whatapp ଗ୍ରୁପରେ ଏହି ଘଟଣାକୁ ନେଇ ସମସ୍ତେ ନିନ୍ଦା କରିଛନ୍ତି । କାର୍ଯ୍ୟରତ ସାମ୍ବାଦିକ ଭାଇଙ୍କୁ ପୋଲିସର ଏହି ଭଳି ବ୍ୟବହାରକୁ ନେଇ ବଡ଼ବିଲ ପ୍ରେସ କ୍ଲବର ସଦସ୍ୟ ସୁବୋଧ ଦାସ, ଦେବକାନ୍ତ ଦାସ, ଚିତ୍ତରଞ୍ଜନ କର, ବଳରାମ ମହାନ୍ତି, ଶାନ୍ତନୁ ଦାଶ, ମଧୁସୂଦନ ସାହୁ, ନିର୍ମଳ ପତି, ଅଶୋକ ମହାନ୍ତ, ବାଦଳ ମହାନ୍ତ, ସୀତାରାମ ଦିକ୍ଷୀତ, ରଘୁନାଥ ସାହୁ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଜନ୍ମର ୩ ବର୍ଷରେ ପୋଲିଓ ରୋଗ,ଦୁନିଆ କ’ଣ ଜାଣିବା ଆଗରୁ ଗୋଡ଼ ଓ ହାତର ଯନ୍ତ୍ରଣା ବୋଝ

Posted by - November 22, 2020 0
ଯାଜପୁର ଅଫିସ :ଅସହ୍ୟ ଯନ୍ତ୍ରଣାରେ ଛଟପଟ ସୋଭାଗ୍ୟ । ଦୁନିଆ କ’ଣ ଜାଣିବା ଆଗରୁ ଗୋଡ଼ ଓ ହାତର ଯନ୍ତ୍ରଣାବୋଝ । ଖେଳକୁଦ ବୟସରେ ଶଯ୍ୟାରେ ପଡ଼ି…

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ର ଚାର୍ଜସିଟ୍ ଦାଖଲ୍‌

Posted by - August 30, 2019 0
ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ ପାଇଁ ଓସିଏକୁ…

ବଦଳି କୁ ନେଇ ରାଜ୍ୟ ପୁଲିସ ବିଭାଗରେ କୁହୁଳୁଛି ଅସନ୍ତୋଷ

Posted by - March 5, 2021 0
କଟକ: ରାଜ୍ୟର ‌ସୁରକ୍ଷା ଆଉ ଶୃଙ୍ଖଳା ବ୍ୟବସ୍ଥା ଯେଉଁମାନଙ୍କ ହାତରେ, ସେହି ବିଭାଗ ଅର୍ଥାତ ରାଜ୍ୟ ପୁଲିସ ବିଭାଗରେ ଏବେ କୁହୁଳୁଛି ଅସନ୍ତୋଷ। ଏଏସ୍ଆଇରୁ ଏଏସ୍‌ପି ପାହ୍ୟାର…

ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

Posted by - March 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ଅମରୀଶ ପଣ୍ଡା I ଗତ ଫେବୃୟାରୀ ୨୮ତାରିଖରେ ଏଠାରେ କାର୍ଯ୍ୟ…

Leave a comment

Your email address will not be published.