ଭୁବନେଶ୍ୱର: ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଅପରାହ୍ନରେ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ ୫ ଜଣ ଯାଜପୁର ଜିଲାର ବୋଲି ଜିଲାପାଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଆକ୍ରାନ୍ତ ୫ଜଣଙ୍କ ମଧ୍ୟରୁ ଯାଜପୁର ବ୍ଲକର ୩, କୋରେଇ ବ୍ଲକର ୧ ଓ ଦଶରଥପୁର ବ୍ଲକର ୧ ଏବଂ ଏମାନେ ସମସ୍ତେ କୋଲକାତାରୁ ଫେରିଥିବା ନେଇ ଜିଲାପାଳ ଦାସ କହିଛନ୍ତି।ଗୋଟିଏ ଦିନରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପୁଣି ଚିନ୍ତା ବଢ଼ାଇଛି।
ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ସ୍ୱାସ୍ଥ୍ୟ ବିଭାଗ ଜଣାଇ ନଥିବାବେଳେ ମ୍ୟାପ୍ ତଥ୍ୟ ଅନୁସାରେ ଜଣେ ସୁନ୍ଦରଗଡ଼ର ହୋଇଥିବାବେଳେ ଅନ୍ୟ ୫ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍ ସାଇଟ୍ରେ ଦର୍ଶାଯାଇଛି।
10 persons of Bhadrak and Jajpur districts with travel history to West Bengal have tested positive for COVID-19 during last 24 hours. All with travel history to WB during last 28 days are requested to inform the local Sarpanch, BDO/Tahasildar and quarantine themselves at home.
— H & FW Dept Odisha (@HFWOdisha) April 20, 2020