ଭଦ୍ରକ ର ଜଣେ କରୋନା ଚିହ୍ନଟ ସଂସ୍ପର୍ଶରେ ଯାଜପୁର ର ୬ ଜଣ

935 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଭଦ୍ରକ ଜିଲାରେ ଚିହ୍ନଟ ହୋଇଥିବା ଜଣେ କୋରୋନା ପଜିଟିଭ ଙ୍କ ଲିଙ୍କ ଯାଜପୁର ସହିତ ରହିଛି । କଲିକତାକୁ କିଛି ଲୋକ ମାରୁତି ଓମନି ଗାଡିରେ ଗତ ମାସ ୨୯ ତାରିଖରେ କଲିକତାରୁ ବାହାରି ୩୦ ତାରିଖରେ ଓଡିଶାରେ ପହଂଚିଥିଲେ । ସେହି ଗାଡିରେ ଯାଜପୁର ଜିଲାର ୬ ଜଣ ଆସିଥିବା ବେଳେ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ କେତେକ ଷଠିପୁରରେ ଓହ୍ଲାଇ ଥାଇପାରନ୍ତି । ସେହି ଗାଡିରେ ଆସିଥିବା ଲୋକଙ୍କ ମଧ୍ୟରେ ଭଦ୍ରକ ଜିଲାର ଜଣେ ବ୍ୟକ୍ତି ଏବେ କୋରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି ।

ସେଥିପାଇଁ ଯଦି କୌଣସି ବ୍ୟକ୍ତି ୩୦ ତାରିଖ ସକାଳ ପର ଠାରୁ ସଠିପୁର କିମ୍ବା ଯାଜପୁର ଜିଲାରେ ପହଂଚିଥାନ୍ତି ତା ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ ନିଜେ କ୍ୱାରେନଟାଇନରେ ରହିବାକୁ ଯାଜପୁର ଜିଲାପାଳ ନିବେଦନ କରିଛନ୍ତି । ଆଜି ଏହି ସୂଚନା ମିଳିବା ପରେ ଜିଲାର ସମସ୍ତ ସୀମାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆକ୍ରାନ୍ତଙ୍କ ଘର ପଡୋଶୀ ଭଦ୍ରକ ଜିଲା ହୋଇଥିବାରୁ ତୁରନ୍ତ ଭଦ୍ରକ ସୀମାରେ ଅଧିକ ଯାଂଚ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Related Post

କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଡାକରାରେ ସର୍ବଭାରତୀୟ ଧର୍ମଘଟରେ ସାମିଲ ହେଲେ ଟିଟିଲାଗଡ଼ ଡାକ କର୍ମଚାରୀ

Posted by - March 28, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)କେନ୍ଦ୍ର ସରକାରଙ୍କ କର୍ମଚାରୀ ତଥା ଜନବିରୋଧୀ ନୀତି ଅବଲମ୍ବନ,ଡାକ ବିଭାଗକୁ ଘରୋଇକରଣ କରି ପୁଞ୍ଜିପାତି ମାନଙ୍କ ହାତରେ ଟେକିଦେବା, ନୂତନ ପେନସନ ସ୍କିମ…

ବେଦାନ୍ତ ସପକ୍ଷରେ ଶୋଭାଯାତ୍ରା ଓ ପ୍ରତିବାଦ କଲେ ସ୍ଥାନୀୟ ବାସିନ୍ଦା

Posted by - November 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସାତ ଗୋଟି ଗ୍ରାମପଞ୍ଚାୟତର ଜନପ୍ରତିନିଧି ସମେତ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଲାଞ୍ଜିଗଡ ଠାରୁ…

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି ।  ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।

କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼

Posted by - July 21, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ତଥା ସିବିଆଇ ତଦନ୍ତ ଦାବିରେ ହାଟ ବଜାର ଦୋକାନ ବନ୍ଦ

Posted by - November 1, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଶିକ୍ଷୟତ୍ରୀ ମମିତା ମେହେର ଙ୍କ ମୃତ୍ୟୁ ଘଟଣାକୁ ନେଇ ସାରାରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ତଥା ସଂଗଠନ ମାନେ ବିରୋଧପ୍ରଦର୍ଶନ କରୁଥିବାବେଳେ ଆଜି ବାଲେଶ୍ବର ଜିଲ୍ଲା…

Leave a comment

Your email address will not be published.