ଭୁବନେଶ୍ବର: ଆଜି ରାଜ୍ୟରେ ଯେଉଁ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ଦୁଇ ଜଣ ବାଲେଶ୍ବର ଜିଲ୍ଲାର ବୋଲି ଜଣାଯାଇଛି। ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଜ଼ିଲ୍ଲା ରେ ବଢ଼ିଲା ଆକ୍ରାନ୍ତ ଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ବାସୁଦେବପୁର ରେ ୩ ଓ ଭଣ୍ଡାରିପୋଖରୀ ବ୍ଲକ ରେ ୨ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ।ଏହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି।
7 New Positive Cases of #Covid19 found in #Odisha
5 new Positive Cases From Bhadrak.
2 new Positive Cases From Balasore.
Total no of cases detected: 68
Contact tracing and follow up action is being done.
— I & PR Department, Odisha (@IPR_Odisha) April 20, 2020
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ବାହାରିଛି ।ଏବେ ସୁଦ୍ଧା ରାଜ୍ୟରେ ୨୪ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସର ୨, ୮, ୧୨, ୧୫, ୧୬ ଓ ୧୭ତାରିଖରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ। ୨ତାରିଖରେ ୨୧୩ ନମୁନା ପରୀକ୍ଷା ହୋଇଥିବା ବେଳେ ୮ତାରିଖରେ ୪୦୦, ୧୨ତାରିଖରେ ୩୦୮, ୧୫ତାରିଖରେ ୧୧୯୭, ୧୬ତାରିଖରେ ୮୪୩ ଓ ୧୭ ତାରିଖରେ ୧୦୪୨ ନମୁନା ପରୀକ୍ଷା ହୋଇଥିଲା।