ଯୋଡା:(ସିତାରାମ ଦିକ୍ଷୀତ)ଗରୀବଖଟିଖିଆଙ୍କୁ ସହାୟତାର ହାତବଢାଇଲେ ଦ ଗ୍ରୀନ ଯବାନ ଯୁବକ ଯୁବସମାଜସେବୀ ମାନେ ମାସ,ସାବୁନ, କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ।ଆଦିବାସୀ ଅଧ୍ୟୁଷିତ ଏରିଆ ରେ ସମଗ୍ରବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦପଡିନାହିଁ ଓଡିଶାରାଜ୍ୟ। କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ବେଶ ତତ୍ପରତା ଦେଖାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ବହୁ କୋଟିଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।
ସମସ୍ତ ରାସନକାର୍ଡ ଥିବା ପରିବାରକୁ ୩ମାସର ରାସନ ସାମଗ୍ରୀ ଆଗୁଆ ଯୋଗାଇ ଦେଇଛନ୍ତି। କିନ୍ତୁ ମାସକୁ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦେଇଥିବା ବେଳେ ଖଟିଖିଆ ଦିନମଜୁରିଆ ଲୋକଟିଏ ପାଇଁ ଏହାମାତ୍ର ୫ଦିନର ରାସନ। ଫଳରେ ଲକଡାଉନ ସମୟରେ ବାକିଦିନର ରାସନ ଯୋଗାଡ଼ ପାଇଁ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି।
ଲକଡାଉନ ଘୋଷଣା ମଧ୍ୟବିତ୍ତ, ଖଟିଖିଆ,ଦିନମଜୁରିଆ ପରିବାର ଗୁଡିକ ପାଇଁ ଯଦିଓ କଷ୍ଟଦାୟକ ହେଉଛି ତଥାପି ସମର୍ଥନ କରିଛନ୍ତି। ତେବେ ଲକଡାଉନ ଜୀବନଜୀବିକାକୁ ପ୍ରଭାବିତ କରି ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଆହାର ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସିଛନ୍ତି ଦ ଗ୍ରୀନ ଯବାନ ଯୁବକ ସଙ୍ଘ ଯୁବସମାଜସେବୀ ମାନେ ନିଜ ନିଜ ଫେସବୁକ,whatapp ରେ କିଛି ବାର୍ତା ଦେଇ ଦ ଗ୍ରୀନ ଯବାନ ଯୁବକ ସଙ୍ଘ ଏକ ଟଙ୍କା ଅନୁଦାନ ରାଶୀ ସାହାଯ୍ୟ ବାର୍ତା ମାଗିଥିଲେ ମଧ୍ୟ ତାହା ଆଜି ସଫଳତା ହାସଲ କରିଥିଲେ ମଧ୍ୟ ରେ କିଛି ଯୋଡ଼ା ବ୍ଲକ ଅଧୀନରେ ଥିବା ୨ ଟି ପଞ୍ଚାୟତର ଦିବ୍ୟାଙ୍ଗ, ଭୂମିହୀନ, ଖଟିଖିଆ ଦିନ ମଜୁରିଆ ଗରିବଙ୍କ ପାଖରେ ପହଞ୍ଚି ମାସ,ସାବୁନ ଓ ଶୁଖିଲା ଖାଦ୍ୟ ସାମଗ୍ରୀର ପହଁଚି ଥିଲେ। ଦ ଗ୍ରୀନ ଯବାନ ଯୁବକ ସଙ୍ଘ କର୍ମକତା ପୂଣ୍ଣ ସମର୍ଥନ କରିଥିଲେ।