Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରଶାସକ, ସେବାୟତ, ଭକ୍ତ ସମସ୍ତେ ଚିନ୍ତାରେ

330 0

ପୁରୀ:(ସମୀର ରଞ୍ଜନ ନାୟକ)ଆସନ୍ତା ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା | ତାହାର ଅବ୍ୟବହିତ ପୂର୍ବରୁ ଚଳିତ ମାସ ୨୬ ତାରିଖ ଦିନ ଅକ୍ଷୟ ତୃତୀୟା ଅବସରରେ କରାଯିବ ମହାପ୍ରଭୁଙ୍କ ରଥ ନିର୍ମାଣର ଶୁଭାରମ୍ଭ | କରୋନା ଯୋଗୁଁ ରଥଯାତ୍ରା ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ସାଧାରଣ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ମାନଙ୍କ ମହଲରେ ଉଠିଛି ଚର୍ଚ୍ଚା | ଯେତେ ବାଧା ବିଘ୍ନ ସତ୍ୱେ ମହାପ୍ରଭୁଙ୍କ ରଥଯାତ୍ରା କରିବା ନେଇ ସମସ୍ତେ ଆଶାବାଦୀ ଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଵିଧି ମୁତାବକ ରଥଯାତ୍ରା ପାଇଁ ସମସ୍ଥ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି | କରୋନାକୁ ନେଇ ଲକଡାଉନ | ଏଭଳି ଲକଡାଉନ ପରିସ୍ଥିତିରେ ଆଗକୁ ପଡୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା | ଚଳିତ ମାସ ୨୬ ତାରିଖ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହେବାକୁ ଥିବାବେଳେ ସେହିଦିନ ଠାରୁ୨୧ଦିନ ଧରି ମହାପ୍ରଭୁଙ୍କର ଆରମ୍ଭ ହୁଏ ବାହାର ଚନ୍ଦନ ଯାତ୍ରା | ଅକ୍ଷୟ ତୃତୀୟା ପୂର୍ବରୁ ରଥ ଶହିଁତା ଅନୁସାରେ ରଥଯାତ୍ରା ନେଇ ସମନ୍ୱୟ ବୈଠକ ବସିନଥିବା ବେଳେ ମହାପ୍ରଭୁଙ୍କ ଯାତ୍ରା ନେଇ ଉଠିଛି ନାନାଦି ଚର୍ଚ୍ଚା |

ମହାପ୍ରଭୁଙ୍କ ଯାତ୍ରା ଯେତେ ବାଧାବିଘ୍ନ ଥିଲେବି କରିବା ନେଇ ଭକ୍ତ ଓ ବୁଦ୍ଧିଜୀବୀ ଯୁକ୍ତି ବଢିଥିବା ବେଳେ ବିଶ୍ଵନିୟନ୍ତାଙ୍କ ଯାତ୍ରା ନ ଅନୁଷ୍ଠିତ ହେଲେ ଘୋର ବିପତି ଘଟିପାରେ ବୋଲି ଆଶଙ୍କା କରାଯାଉଛି | ସନାତନ ହିନ୍ଦୁ ମାନଙ୍କ ଆଦ୍ୟ ଦେବତାଙ୍କ ପ୍ରମୁଖ ଯାତ୍ରା ରଥଯାତ୍ରା | ଏହାକୁ କୌଣସି ବି ମତେ ବନ୍ଦ କରିବା ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଠିକ ନୁହେଁ | ବିଶ୍ୱନିୟନ୍ତାଙ୍କ ରଥଯାତ୍ରା ଅନୁଷ୍ଠିତ ହେବାରେ ବର୍ତମାନ ସୁଦ୍ଧା ସେଭଳି କୌଣସି ବାଧାବିଘ୍ନ ଦେଖାଯାଇନଥିବା ବେଳେ ଚଳିତ ବର୍ଷ ରଥଯାତ୍ରା କିନ୍ତୁ କରୋନା ଯୋଗୁଁ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସେବାୟତ | ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କର ଯାତ୍ରା କୁ ନେଇ ସମସ୍ଥ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରୁଥିବା ବେଳେ ଯଥା ଵିଧି ଓ ରୀତିନୀତି ମୁତାବକ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ | ତେବେ ଶ୍ରୀକ୍ଷେତ୍ର ପୁରୀରେ କରୋନାକୁ ନେଇ ପରିସ୍ଥିତି ସୁଧାର ଥିବାବେଳେ ଚଳିତ ବର୍ଷ ରଥ ଯାତ୍ରା କରିବା ନେଇ ସେଭଳି କୌଣସି ଦ୍ଵନ୍ଦ ନଥିବା ଅନୁମାନ କରାଯାଏ |

Related Post

ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏଆଇଓ୍ବାଏଫ ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

Posted by - October 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କୁ ହତ୍ୟା ଘଟଣା!ମା’କୁ ସମ୍ମାନ ଗାଁକୁ କାମ ସ୍ଲୋଗାନ ଦେଉଥିବା…

ଓଡିଶାରେରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ , ୩୨୦୩ ପରୀକ୍ଷା କେନ୍ଦ୍ରରେ ୫,୮୫,୭୩୦ ପରୀକ୍ଷାର୍ଥୀ

Posted by - April 29, 2022 0
ବ୍ୟୁରେ।:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା କରୋନା ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ଧରି ବନ୍ଦ…

୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦେବ ବିଜେପି ସରକାର: ଧର୍ମେନ୍ଦ୍ର ପ୍ରଧାନ,ବିଜେଡ଼ି କହିଲା ୨୦୧୯ ର ସବୁଠୁ ବଡ ମିଛ।

Posted by - April 14, 2019 0
ଚୌଦ୍ୱାର :୧୪/୦୪ /୧୯ ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ…

Leave a comment

Your email address will not be published.