ଭୁବନେଶ୍ୱର,୧୮।୪(ବ୍ୟୁରୋ):ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଏବେ ରାଜଧାନୀ ଭୁବନେଶ୍ବରକୁ ସୁରକ୍ଷିତ କରିଛି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ବିକ୍ ଆକ୍ସନ ନେଇଛନ୍ତି। ଭୁବନେଶ୍ୱରରେ ୧୫ରୁ ଅଧିକ ଆକ୍ରାନ୍ତ ହଟସ୍ପଟ ଅଂଚଳରୁ ହୋଇଥିବାରୁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆକ୍ରାନ୍ତମାନଙ୍କ ଯାତ୍ରା ବିବରଣୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ରାଜ୍ୟରେ ପୁଣି ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜଧାନୀର। ସେହିଭଳି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଫଳରେ ପଜିଟିଭ୍ ସଂଖ୍ୟା ୬୧କୁ ବୃଦ୍ଧି ପାଇଥିବା ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପ୍ରକାଶ ଯେ, ଏଯାବତ ୮୬୧୯ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୬ ରହିଛି। କେବଳ ଭୁବନେଶ୍ୱରରେ ୨୯ ସକ୍ରିୟ କରୋନା ପଜିଟିଭ୍ ରହିଥିବା ବେଳେ ୧୭ଜଣ ସୁସ୍ଥ ହୋଇଛନ୍ତି।ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଏବେ ରାଜଧାନୀ ଭୁବନେଶ୍ବରକୁ ସୁରକ୍ଷିତ କରିଛି ବୋଲି ଶ୍ରୀ ଧଳ କହିଥିଲେ।
Der Web kann ein auf jeden Fall Wahl for über diesen Casinos Spieler seit ist ganz vieles angeboten werden und grüßt Spieler von Budgets.