Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ : ଜୀବନ ବିନ୍ଦୁ ରକ୍ତଦାନ ଶିବିର,୩୦ ୟୁନିଟ ରକ୍ତ ସଂଗୃହୀତ

301 0

କେନ୍ଦୁଝର:(ସିତାରାମ ଦିକ୍ଷୀତ)ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବଡ଼ବିଲ ଟାଉନ ବିଜେଡି ପକ୍ଷରୁ ସ୍ଥାନୀୟ ବିକାଶ ମହଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ପୂର୍ବାହ୍ନ ୧୦ଟାରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।ଚମ୍ପୁଆ ସ୍ଥିତ ଓଡିଶା ବ୍ଲଡ଼ ବ୍ୟାଙ୍କ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି।

ପ୍ରକାଶ ଥାଉ କି ଲକଡାଉନ ସମୟରେ ରକ୍ତାଭାବ ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଦୂରତା ବଜାୟ ରଖି ରକ୍ତ ସଂଗ୍ରହ ଅଭିଯାନ କରିବାକୁ ଆହ୍ୱାନ ଦେଇଛନ୍ତି।ଆଜିର ଏହି ରକ୍ତଦାନ ଶିବିରକୁ ବିଜେଡି ନଗର ସଭାପତି ଅନନ୍ତ ମହାକୁଡ଼,ଦେବରଂଜନ ନାୟକ,ପ୍ରଭୁଦତ୍ତ ପ୍ରଧାନ,ଗୋଲକ ଓରାମ,ସୁଶାନ୍ତ ବାରିକ,ପ୍ରମୋଦ ଜଇସ୍ୱାଲ, ମନିନ୍ଦର ସିଂ,ମୋହନ ଗୁପ୍ତା,ମୁନୁ ଦାଶ,କେଦାରନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ।ରାଜ୍ୟ ସରକାରଙ୍କ ପ୍ରଦତ୍ତ ଗାଇଡ଼ ଲାଇନ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାର ଜଣାପଡ଼ିଛି।

Facebook Notice for EU! You need to login to view and post FB Comments!

Related Post

ଆହ୍ୱାନ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ

Posted by - April 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୋଖନା ସ୍ଥିତ ଆହ୍ୱାନ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଜିଲା…

ଦଳ ଡିଆଁ ମାନଙ୍କୁ ବିରୋଧ କାଲେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ

Posted by - April 1, 2019 0
ଯାଜପୁର:୩୧/03 ହିନ୍ଦତ୍ୱକୁ ବିରୋଧ କରୁଥିବା ବହୁ ନେତା ଏବେ ବିଜେପି ଦଳରେ । ଯାହାକୁ ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ । ଯାଜପୁର…

ସାହାଯ୍ୟ ର ହାତ ବଢାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋମସାନ

Posted by - May 15, 2020 513
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭଳି ମହାମାରିରୁ ରକ୍ଷା ପାଇବା ପାଇଁ ସଂକ୍ରମଣକୁ ରୋକିବା ଆବଶ୍ୟକ । ସେଥିପାଇଁ ଯାଜପୁର ସହର ଏବଂ ଏହାର ଆଖପାଖ ଅଂଚଳକୁ…

ବଜରଙ୍ଗୀ ଖଲାସି ସଂଘ ତରଫରୁ ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା

Posted by - December 13, 2021 0
ଚିତ୍ରକୋଣ୍ଡା:(ଅବଦୁଲ ଗନି)ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ର ବଜରଙ୍ଗି ଖଲାସି ସଂଘ ଦୀର୍ଘ ଦିନ ହେବ ପଞ୍ଜିକରଣ ହୋଇ କାର୍ଯ୍ୟ କରିଆସୁଅଛି l…

ଜିଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ।

Posted by - May 15, 2019 0
ଯାଜପୁର ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲାସଂସ୍କୃତି ପରିଷଦ, ଯାଜପୁର ଏବଂ ସ୍ୱର ଓ ସ୍ୱାକ୍ଷର ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ଜିଲାସ୍ତରୀୟ ଶ୍ରୀ…

Leave a comment

Your email address will not be published.