ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଲକ୍ ଡାଉନ୍ ସମୟ ରେ ସବୁବନ୍ଦ ଥିଲାବେଳେ ରକ୍ତଭଣ୍ଡାରରେ ରକ୍ତଅଭାବ ଦେଖାଯାଉଛି l ଏହିଭଳି ସମୟରେ ଯାଜପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ଠାରୁ ଖବରପାଇ କରୋନା ଭୁତାଣୁକୁ ଖାତିରିନକରି ରକ୍ତଦାନକରି ଦେବଦୂତ ସାଜିଲେ ସମାଜସେବୀ ସତ୍ୟରଞ୍ଜନ କର ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ନିଜର ଜନ୍ମଦିନ, ବିବାହବାର୍ଷିକ ଓ ଖୁସିରମୃହୁତ୍ୱରେ ରକ୍ତଦାନକରିବା ସହିତ ବର୍ଷକୁ ଚାରିଥର ରକ୍ତଦାନ କରିଥାନ୍ତି l
ପ୍ରକାଶଥାଉକି ଶୁଭଶ୍ରୀ ଦାଶ 23 ବାପା -କେଶବ ଚନ୍ଦ୍ର ଦାଶ ଗ୍ରାମ -ଭେଲଙ୍ଗ, ଯାଜପୁର ଅଞ୍ଚଳ ଯୁବତୀ ବହୁବର୍ଷ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ ମାସରେ ଦୁଇଥର ରକ୍ତ ନିଅନ୍ତି ଓ ତାଙ୍କର ବ୍ଲଡ଼ ଗ୍ରୁପ AB+ ହୋଇଥିବା ବେଳେ ରକ୍ତଭଣ୍ଡାରରେ ଏହି ବ୍ଲଡ଼ଗ୍ରୁପ ବିଭିନ୍ନ ସମୟରେ ଅଭାବ ଦେଖାଦିଏ ଯେଉଁଥିପାଇଁ ଥାଲାସେମିଆ ଆକ୍ରାନ୍ତ ଶୁଭଶ୍ରୀ ହନ୍ତସନ୍ତ ହେଉଛନ୍ତି l ଏହିଭଳି ଏକ ଖବର ପାଇ ସମାଜସେବୀ ସତ୍ୟ ଶୁଭଶ୍ରୀଙ୍କୁ ରକ୍ତଦାନ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି l