ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଂଚାୟତ କମ୍ପଗଡ ରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ର ଅନୁପମ ଗ୍ୟାସ ବିତରଣ କେନ୍ଦ୍ର ର ମନୋ ମାନି ଯୋଗୁଁ ଗ୍ରାହକ ମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ବିଶ୍ଵ ମହାମାରୀ ରୂପେ ଉଭା ହୋଇଥିବା କରୋନା ରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ନିୟମ କୁ ନ ମାନି ଲୋକ ମାନେ ଲମ୍ବା ଲାଇନ ରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି । ଏ ପରି ସ୍ଥଳେ ଗ୍ୟାସ୍ ବିତରକ ତରଫରୁ ସେହିଠାରେ ଥିବା ଲୋକ ମାନଙ୍କୁ କୌଣସି ପ୍ରକାରର ସଚେତନ କରିବା ତ ଦୂରର କଥା ଏପରିକି ଲୋକମାନେ ପାଣି ପିଇବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନ ହୋଇ ଛିଡା ହେଇଛନ୍ତି । ସରକାରଙ୍କ ନିୟମ ଅନୁସାରେ ଉଜ୍ଜଲା ଯୋଜନା ରେ ସଂଯୋଗ ହୋଇଥିବା ଗ୍ରାହକ ଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଘରେ ଦେବାକୁ ନିୟମ ଥିବା ବେଳେ ଏହାକୁ ସମ୍ପୃକ୍ତ ଡିଲର ନ ଦେବାରୁ ହିତାଧିକାରି ମାନେ ଗ୍ୟାସ ବିତରଣ କେନ୍ଦ୍ରକୁ ଯାଇ ନାନା ଅସୁବିଧାର ସମୁଖୀନ ହେଉଥିବାର ଦେଖାଯାଉଛି ।
ଆଜି ବରୀ ତହସିଲଦାର ସରୋଜ କାନ୍ତ ନାୟକ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଅଚାନକ ଗ୍ୟାସ୍ ବିତରକ କେନ୍ଦ୍ର ରେ ଚଢ଼ାଉ କରି ଲୋକ ମାନଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଥିଲେ ଏବଂ ସମ୍ପୃକ୍ ଗ୍ୟାସ୍ ବିତରକ କେନ୍ଦ୍ର କୁ ଗ୍ୟାସ୍ ସିଲଣ୍ଡର୍ ଘରେ ଘରେ ପହଞ୍ଚାଇବା ପାଇଁ ସରକାରୀ ନିୟମ ଥିବାବେଳେ ଏହାକୁ ସମ୍ପୃକ୍ତ ଡିଲର ପାଳନ ନ କରିବାରୁ ଲୋକମାନେ ଏପରି ଅସୁବିଧା ର ସମୁଖୀନ ହେଇଥିବାର ଦେଖା ଯାଇଛି ।ବରୀ ତହସିଲଦାର ତାଗିଦ୍ କରିଥିଲେ କି ଆସନ୍ତା କାଲି ଠାରୁ ଗ୍ୟାସ୍ ବିତରକ କେନ୍ଦ୍ର ତରଫରୁ ଗ୍ରାହକ ମାନଙ୍କୁ ଘରେ ଘରେ ସିଲିଣ୍ଡର ପହଞ୍ଚିବା ବ୍ୟବସ୍ଥା କରାଯାଇଛି ବୋଲି ବରୀ ତହସିଲଦାର କରିଛନ୍ତି।