ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ଭଳି ସାହିତ୍ୟ ସଂସ୍କୃତିର ମାଟିରେ ଗଢି ଉଠିଥିବା ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି l ଏହା ସହିତ ସେମାନେ କିଛି ସମାଜକୁ କିଛି ସଚେତନ ବାର୍ତା ଦେଇଛନ୍ତି ।କେବଳ ସାହିତ୍ୟ ନୂହେଁ ସମାଜସେବାରେ ନିୟୋଜିତ ଚାଳଘର ସାହିତ୍ୟ ସଂସଦ ହେଉଛି ଏକ ସ୍ୱତନ୍ତ୍ର ଅନୁଷ୍ଠାନ l
ଆଜି ଅନୁଷ୍ଠାନର ସଭାପତି ଆଇନଜିବୀ ବିରଜା ପ୍ରସାଦ ପରିଡା, ସମ୍ପାଦକ ଗାଳ୍ପିକ ଓ ସାମ୍ବାଦିକ ପ୍ରତାପ କୁମାର ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ଅଜୟ କୁମାର ରଥ ପ୍ରମୁଖ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି l କରୋନା ମୁକାବିଲା ପାଇଁ ସାହିତ୍ୟ ଅନୁଷ୍ଠାନର ଏଭଳି ପ୍ରୟାସକୁ ଜିଲ୍ଲାପାଳ ଶ୍ରୀ ଦାସ ଭୂୟସୀ ପ୍ରଶଂସା କରିଛନ୍ତି l