କେନ୍ଦୁଝର:( ସୀତାରାମ ଦିକ୍ଷୀତ)କରୋନା ସଂକ୍ରମଣ ରୋକିବା ସହିତ ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର। ଯୋଉଥିପାଇଁ ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଛି କୋଭିଡ୍-୧୯ ହସପିଟାଲ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରୁ ଅଳ୍ପଦୂର ବାଙ୍କିଶୋଳ ଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଓଡିଶା ମାଇନିଂ କରପୋରେସନ ଆର୍ଥିକ ସହାୟତାରେ ଭୁବନେଶ୍ୱର କିମସ୍ ହସପିଟାଲର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ କୋଭିଡ୍-୧୯ ହସପିଟାଲ ଶାଖାକୁ ଗତକାଲି ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ ।
ବିଧିବଦ୍ଧ ଭାବେ ଆଜି ୫ଟି ସଚିବ ଏବଂ ରାଜ୍ୟ ମୁଖ୍ୟ ଶାସନସଚିବ ମିଳିତ ଭାବେ ଏହି କୋଭିଡ୍ ହସପିଟାଲକୁ ପରିଦର୍ଶନରେ ଆସି ପହଞ୍ଚିଥିଲେ । ତେବେ ଭୁବନେଶ୍ୱରରୁ ହେଲେକେପ୍ଟର ଯୋଗେ ଆସି ପ୍ରାୟ ୧୨.୧୫ ମିନିଟରେ ସମୟରେ ବାଙ୍କୀଶୋଳ କୋଭିଡ୍-୧୯ ହସପିଟାଲ ପରିସରରେ ପହଞ୍ଚିଥିଲେ ।
ଏଠାରେ ଅଳ୍ପ ସମୟର ରହଣି ମଧ୍ୟରେ ସମସ୍ତ ବିଷୟ ପଚାରି ବୁଝିବା ସହ ପୁଣି ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ତେବେ ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବହୁ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।ସେହିପରି କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଆଶିଷ ଥାକରେ ମଧ୍ୟ ଉପସ୍ଥିତ ରହି ଥିଲେ