Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

୧୧୯୭ ନମୂନା ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୂନା ନେଗେଟିଭ୍

601 0

ଭୁବନେଶ୍ୱର ୧୬।୦୪: ରାଜ୍ୟରେ ବଢ଼ିଲା କରୋନା ପରୀକ୍ଷଣ କ୍ଷମତା । ସ୍ଥାନୀୟ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)ରେ କୋଭିଡ୍‌-୧୯ର ସ୍ୱାବ୍‌ ଟେଷ୍ଟ କ୍ଷମତା ବୃଦ୍ଧି ପାଇଛି । ତେବେ ଏ ଦିଗରେ ସହଯୋଗର ହାତ ବଢ଼ାଇଛି ଜଟଣୀ ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର୍‌) । କୋଭିଡ୍‌-୧୯ ପରୀକ୍ଷା ପାଇଁ ୟୁ ଭି ଲାଇଟ୍‌ ତଥା ବିଏସଏଲ୍‌ ସୁବିଧାର ଆବଶ୍ୟକତା ରହିଥାଏ । ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷା କରିବା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ଦେଖି ଗୋଟିଏ ଆପ୍ଲାଏଡ୍‌ ବାୟୋସିଷ୍ଟମ୍‌ ଆରଟି – ପିସିଆର୍‌ ୭୫୦୦ ମେସିନ୍‌ ନାଇଜର୍‌ ପକ୍ଷରୁ ଆର୍‌ଏମ୍‌ଆରସିକୁ ଦିଆଯାଇଛି ।

ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ,  ସମଗ୍ର ଦେଶରେ କରୋନା ପଜିଟିଭ୍ ହାର ପ୍ରାୟ ୫.୦୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହାର ହାର ମାତ୍ର ୧.୦୮ ପ୍ରତିଶତ ରହିଛି ।ଦିଲ୍ଲୀରେ ସଂକ୍ରମଣ ହାର ସର୍ବାଧିକ ୧୦.୯୦ ପ୍ରତିଶତ ଓ ତାମିଲନାଡୁ ୯.୨୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଓଡ଼ିଶା ୧୯ତମ ସ୍ଥାନରେ ରହିଛି ।ସେହିପରି ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ସମଗ୍ର ଦେଶରେ ଏହି ଦିନ ସଂକ୍ରମିତଙ୍କ ସଂଖ୍ୟା ୧୧୦ ଥିଲା । କିନ୍ତୁ ସାମାଜିକ ଦୂରତ୍ୱ ସହ ସବୁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଥିବାରୁ ଓଡ଼ିଶାରେ ଏପ୍ରିଲ ୧୪ରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୬୦ ଥିବାବେଳେ ସମଗ୍ର ଦେଶରେ ଏହା ୧୦,୮୧୫ରେ ପହଞ୍ଚିଛି।ସୂଚନା ମୁତାବକ ବୁଧବାର ସାରା ରାଜ୍ୟରେ ୧୧୯୭ଟି ନମୁନା ଯାଞ୍ଚ କରାଯାଇଥିଲା। ଆଉ ଏହି ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି।

ତେବେ ପ୍ରଥମ ଥର ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ନମୁନା ଯାଞ୍ଚ କରାଯାଇଥିବା ବେଳେ ଏହା ଏକ ରେକର୍ଡ ସୃଷ୍ଟି କରିଛି। ଏଥିସହ ବୁଧବାର ଗୋଟିଏ ବି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ଅପରପକ୍ଷେ ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ଜଣେ ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଅନ୍ୟ ଜଣଙ୍କ ବର୍ତ୍ତମାନ ଚିକିତ୍ସିତ ହେଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ୧୯ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।

Facebook Notice for EU! You need to login to view and post FB Comments!

Related Post

ମେ ମାସ ୮ ତାରିଖରେ ‌ବାତ୍ୟା ସମ୍ଭାବନା,୧୦ ତାରିଖ ସୁଦ୍ଧା ଉପକୁଲ ଛୁଇଁବା ଆଶଙ୍କା,ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

Posted by - May 6, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭୁବନେଶ୍ଵର :-ଆଣ୍ଡାମାନ ସାଗରରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆସନ୍ତା ମେ ମାସ ୮ ତାରିଖ ସୁଦ୍ଧା ସମ୍ଭାବ୍ୟ…

ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡି ମାଟିର ପୁଅ

Posted by - December 26, 2021 0
ଭୁବନେଶ୍ବର/କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା। ଏହି ଯୋଜନାରେ ଶ୍ରୀ…

ଯାଜପୁର ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ,ଚାଲିଛି ପ୍ରାର୍ଥୀ ପାତ୍ର ଦାଖଲ

Posted by - April 6, 2019 170
ଯାଜପୁର:୦୬/୦୪ ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଜିଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ…

ନନ୍ଦନକାନନ :କାର୍ଯ୍ୟରତ କର୍ମଚାରୀ ଙ୍କ ହୃଦ୍ ଘାତ ରେ ମୃତ୍ୟୁ

Posted by - October 7, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନ କାନନ ପ୍ରାଣୀ ଉଦ୍ୟାନର ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ରଘୁନାଥ ପୁର ଗ୍ରାମର ଜର୍ମାନୀ ନାୟକ ।…

କଳାହାଣ୍ଡି ରେ ଗଞ୍ଜେଇ ଚାଷ ଅଭିଯୋଗରେ ଜଣେ ଗିରଫ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଭବାନୀପାଟଣା ସଦର ବ୍ଲକ ଶଗଡା ଗ୍ରାମରେ ଚଢଉ କରି ଗଞ୍ଜେଇ ଚାଷ ଅଭିଯୋଗ ରେ ସିଦ୍ଧେଶ୍ଵର ହଂସ ନାମକ…

Leave a comment

Your email address will not be published.