ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ୟସିପୂର ପଞ୍ଚାୟତ ଅନ୍ୟସିପୂର ଗ୍ରାମର ର ବଂଶୀଧର ମଲ୍ଲିକ ଙ୍କ ପୁଅ ଶଙ୍କର୍ଷଣ ମଲ୍ଲିକ ୫୦ ଆଜି ମଧ୍ୟାନରେ ଖରସ୍ରୋତା ର ଶାଖା ନଦୀ ନୂଆ ନଈ ପାରି ହୋଇ ଘରକୁ ଫେରୁଥିବା ସମୟରେ ଦୁର୍ଭାଗ୍ୟ ବଶତ ନଦୀରେ ନିଖୋଜ ହୋଇ ଯାଇଥିବା ଜଣାପଡିଛି।
ସ୍ଥାନୀୟ ଯୁବକ ମାନେ ପ୍ରଥମେ ଖୋଜାଖୋଜି କରିବା ପରେ ବରୀ ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ ଖବର ପାଇ ବରୀ ଦମକଳ କେନ୍ଦ୍ର ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବା ସହ ବରୀ ତହସିଲଦାର ସରୋଜ କାନ୍ତ ନାୟକ ବରୀ ଭାରପ୍ରାପ୍ତ ବିଡ଼ିଓ ଶାଶ୍ଵତ କୁମାର ଜେନା ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଙ୍କ ଉପସ୍ଥିତିରେ ଦମକଳ ବାହିନୀ ଖୋଜା ଖୋଜି କରିଥିଲେ ରିପୋର୍ଟ ଲେଖା ହେଲା ବେଳକୁ ନିଖୋଜ ବ୍ୟକ୍ତି ଙ୍କ କୌଣସି ସନ୍ଧାନ ମିଳିନଥିବା ସୂଚନା ମିଳିଛି।
Facebook Notice for EU!
You need to login to view and post FB Comments!