ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ଜିଲ୍ଲା ପ୍ରଶାସନ ର ଖବର ପାଇବା ମାତ୍ରେ ବରୀ ପ୍ରଶାସନ ତରଫରୁ ତହସିଲଦାର ସରୋଜକାନ୍ତ ନାୟକ, ବରୀ ଏବିଡ଼ିଓ ଶାଶ୍ୱତ ଜେନା,ଖାଉଟି ଅଧିକାରୀ ପ୍ରଫୁଲ୍ଲ ବେହେରା, ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସହ ପୋଲିସ ଷ୍ଟାପ ବରୀ ବ୍ଲକ ଅଧିନ କିମ୍ଭିରିଆ ପାଳ ପଂଚୟତ ଭଳିନୂଆ ଗାଁ ଗ୍ରାମର ଅଶୋକ ସାହୁ ପିତା ରାଧେଶ୍ୟାମ ସାହୁଙ୍କ ଘରେ ପହଞ୍ଚି ଥିଲେ।
ସମସ୍ୟା ବିଷୟରେ ବୁଝିବା ପରେ ବରୀ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଚୂଡ଼ା,ମୁଡି, ଫଳ, ଗୁଡ଼,କଦଳୀ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି। ଘରେ ରୁହନୁ ସୁରକ୍ଷିତ ରୁହନ୍ତୁ। ବାହାରକୁ ବାହାରିଲେ ମାକ୍ସ ମୁହଁରେ ଵ୍ୟଵହାର କରନ୍ତୁ। ସାମାଜିକ ଦୂରତା ରକ୍ଷା କରିବକୁ ବରୀ ତହସିଲଦାର ଶ୍ରୀ ନାୟକ ତାଙ୍କ ପରିବାରକୁ ପରାମର୍ଶ ଦେଇଥିଲେ।ବରୀ ପ୍ରଶାସନ ର ଏଭଳି ପଦକ୍ଷେପ କୁ ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।