ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଜାପଂରପୁର ପଂଚାୟଚ ସାନ ତ୍ରିଲୋଚନପୁର ଗାଁରୁ ଦ୍ୱିତୀୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସାନତ୍ରିଲୋଚନପୁର ଏବଂ ପାଖ ଗାଁ ସଇପୁର ୩ କୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛି ଜିଲାପ୍ରଶାସନ । ଏଥିପାଇଁ ଗାଁର ଚାରିପଟେ ସଂପୁର୍ଣ୍ଣ ସିଲ କରାଯାଇଛି । ଗାଁକୁ ୭ ଦିନ ପାଇଁ କଂଟେନମେଂଟ ଜୋନ କରାଯାଇଥିବାରୁ ପ୍ରତିଦିନ ଗାଁକୁ ସାନିଟାଇଜ କରାଯାଉଛି ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ଜଣଙ୍କ ନମୁନା ସଂଗ୍ରହ କରାଯିବା ସହ ସେମାନଙ୍କୁ କ୍ୱାରେନଟାଇନରେ ରଖାଯାଇଛି ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏଥିସହ ତହସିଲଦାର ଓ ବିଡିଓଙ୍କ ତତ୍ୱାବଧାନରେ ଦମକଳ ବାହିନି ସହାୟତାରେ କେମିକାଲ ପାଣିରେ ଗାଁକୁ ସାନିଟାଇଜ କରାଯାଉଛି । ଗାଁରେ ପ୍ରତ୍ୟେକ ଘରେ ରାସନ ସାମଗ୍ରୀ ପହଂଚିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
nitric oxide and viagra In addition, therapy with cisplatin and antireceptor antibody elicited complete tumor remissions after 2 3 cycles of therapy