ଭୁବନେଶ୍ୱର ୧୫।୦୪: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଭୁବନେଶ୍ୱରକୁ ୩ ଜୋନ୍ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍ର ଦାୟିତ୍ୱ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି। ବିଏମ୍ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏହି ଅଧିକାରୀମାନେ କାର୍ଯ୍ୟ କରିବେ । ଏହି ଅଧିକାରୀମାନେ କଣ୍ଟେନମେଣ୍ଟ ଅଞ୍ଚଳର ସ୍ଥିତି ସମୀକ୍ଷା ସହ ସଂକ୍ରମଣଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କର ନମୁନା ସଂଗ୍ରହ କରିବେ। ଘରକୁ ଘର ବୁଲି ସର୍ଭେ କରିବେ
ବରିଷ୍ଠ ଆଇଏଏସ ଅଧିକାରୀ ରଂଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍, ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦକ୍ଷିଣ ପଶ୍ଚିମ ଜୋନର ଦାୟିତ୍ୱ ଦିଆଯାଇଛି।ଏହାସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଙ୍କର ବରିଷ୍ଠ ଅଧିକାରୀଙ୍କୁ ଭୁବନେଶ୍ୱରର ବିଭିନ୍ନ ଜୋନର ଦାୟିତ୍ୱ ଦେବା ନେଇ ସ୍ଥିର କରାଯାଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଇବେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରାଇବେ |ଏଠାରେ ସୂଚନା ଥାଉ କି ରାଜଧାନୀ ଭୁବନେଶ୍ୱରରେ ବିଶେଷ କରି ୩ଟି ଅଂଚଳକୁ କରୋନା ହଟସ୍ପଟ୍ ଚିହ୍ନଟ କରି ଏଗୁଡିକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ସିଲ୍ କରାଯାଇଛି ।
ଏହି ଅଧିକାରୀମାନଙ୍କୁ ପ୍ରାଥମିକ ଏବଂ ଦ୍ୱିତୀୟ କଣ୍ଟାକ୍ଟଙ୍କ ନମୁନା ସଂଗ୍ରହ, କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ ଜୋନରେ ସର୍ଭିଲେନ୍ସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂପର୍କରେ ସ୍ଥିତି ଅନୁଧ୍ୟାନ କରିବେ ।