ଭୁବନେଶ୍ବର୧୪/୪: ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ଜଣେ ଏବଂ ଭୁବନେଶ୍ବରରେ ୪ଜଣ। ଏହି ୫ କୋଭିଡ-୧୯ ପଜିଟିଭଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬୦ ରେ ପହଞ୍ଚିଛି।ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ରାଜ୍ୟର ୫୭, ୫୮, ୫୯ ଓ ୬୦ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଟୁଇଟ୍ କରି ଜାରି କରିଛି ସୂଚନା ଓ ଲୋକସଂପର୍କ ବିଭାଗ ।୫୭ତମ ଆକ୍ରାନ୍ତ ଜଣେ ୫୦ ବର୍ଷିୟ ପୁରୁଷ। ସେ ବମିଖାଲର ଅବରୋଧ ଅଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଆକ୍ରାନ୍ତ ନମ୍ବର ୭, ୮, ୨୨ ଓ ୩୯ ହେଉଛନ୍ତି ତାଙ୍କ ପଡ଼ୋଶୀ ।
Travel History of of #Covid19 Patients.
Case no: 57, 58 & 59.Contact tracing and follow up action is being taken. pic.twitter.com/YULnbC8WEW
— I & PR Department, Odisha (@IPR_Odisha) April 14, 2020
ଝାରପଡ଼ା ଅଞ୍ଚଳର ଆକ୍ରାନ୍ତ ୫୦ ବର୍ଷ ବୟସର ଜଣେ ବ୍ୟକ୍ତି ହୋଇଥିବା ବେଳେ ବମିଖାଲର ୨ଜଣ ପୁରୁଷ ୫୧ ଓ ୭୦ ବର୍ଷ ଏବଂ ଜଣେ ମହିଳା ଆକ୍ରାନ୍ତଙ୍କ ବୟସ ୫୧ ରହିଥିବା ନେଇ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୧୪ ଏପ୍ରିଲ ପର୍ଯ୍ୟନ୍ତ ମୋଟ ୪୭୩୪ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୪୬୭୮ଜଣ ନେଗେଟିଭ୍ ବାହାରିଥିବା ବେଳେ ୬୦ଟି ପଜିଟିଭ୍ କେସ୍ ମିଳିଛି।
Travel History of #Covid19 Patients
Case no: 56 & 60.Contact tracing and follow up action is being taken. pic.twitter.com/xQWDQNcWR6
— I & PR Department, Odisha (@IPR_Odisha) April 14, 2020